Breaking News

ଭଞ୍ଜନଗର ଥରୁଛି ଶୀତରେ, ସଞ୍ଜ ନଇଁଲେ ବଜାର ଓ ରାସ୍ତାଘାଟ ଶୂନଶାନ୍



ଭଞ୍ଜନଗର - ଗତ ଚାରି ଦିନ ହେବ ଭଞ୍ଜନଗରରେ ଶୀତର ପ୍ରକୋପ ବଢିବାରେ ଲାଗିଛି  ।  ଭଞ୍ଜନଗର ରେ ସର୍ବ ନିମ୍ନ ତାପମାତ୍ରା ୧୮ ଡିଗ୍ରୀ ଥ‌ିବା ପାଣିପାଗ ବିଭାଗ ରେକର୍ଡ କରିଛି | ଗତ ପ୍ରାୟ ଏକ ସପ୍ତାହ ହେଲା ଶୀତର ଦେଖା ନଥିଲା  I ଗତ ବୁଧବାର ଠାରୁ ହଠାତ୍ ଶୀତର ପ୍ରକୋପ ବୃଦ୍ଧି ପାଇଛି । ସକାଳେ ଓ ଅପରାହ୍ନରେ କୋହଲା ପାଗ ରହୁଥିବା ବେଳେ, ରାତିରେ ଶୀତର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି  I ରାସ୍ତାକଡ  ବ୍ୟବସାୟୀ ଓ ନିରାଶ୍ରୟ ମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବସ୍ତି ଅଞ୍ଚଳର ଘରେ ରହୁଥ‌ିବା ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି  । ଶୀତରୁ ରକ୍ଷା ପାଇବା ପାଇଁ  ଲୋକେ ସକାଳ ଓ ସନ୍ଧ୍ୟାରେ ରେ ରାସ୍ତାକଡ଼ ଗାଁ ଛକରେ ନିଆଁ ପାଖରେ ବସୁଥିବା ଦେଖିବାକୁ ମିଳିଛି I ଭଂଜନଗର ସହର ବ୍ୟତୀତ ଗତ ଚାରିଦିନ ହେଲା କନ୍ଧମାଳ ଓ ଗଞ୍ଜାମ ସିମାନ୍ତବର୍ତ୍ତୀ   ମୁଜାଗଡ, ବାଇବାଲି, ଦୁର୍ଗାପ୍ରସାଦ ପ୍ରସାଦ, ରମ୍ଭା, ବାଇବାଲି, ଦଦରାଲୁଣ୍ଡା ବ୍ରାହ୍ମଣପଦର, ଗାଲେରୀ, ବଦାଙ୍ଗି ଏବଂ କୁଲାଡ ସମେତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ କୁହୁଡିମୟ ପରିବେଶ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ପ୍ରବଳ କୁହୁଡି ଯୋଗୁଁ ଗାଡି ଚାଳକମାନେ ରାସ୍ତା ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ଶୀତ ବସ୍ତ୍ର ଦୋକାନ ଗୁଡିକରେ  ଭିଡ ପରିଲକ୍ଷିତ ହୋଇଛି । ରାଜସ୍ଥାନରୁ ଆସିଥିବା ବ୍ୟବସାୟୀ ମାନେ ଭେଜିପୁଟ ନିକଟସ୍ଥ ଶିବ ମନ୍ଦିର ପଡିଆରେ ସ୍ଵତନ୍ତ୍ର ଷ୍ଟଲ ନିର୍ମାଣ କରି ବ୍ୟବସାୟ କରୁଛନ୍ତି । ଶୀତ ପାଇଁ, ଶୀତବସ୍ତ୍ର କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୪---୯,୫୫ Sakhigopal News,16/12/2024

Blog Archive

Popular Posts