Breaking News

ସାପ ଖେଳାଉଥିବା ବେଳେ ବନବିଭାଗର ଚଢ଼ାଉ ; ସାପ ଉଧାର, କେଳା ଗିରଫ




ଭଞ୍ଜନଗର- - ସାପ ଖେଳାଉଥିବା ବେଳେ ବନବିଭାଗର ଚଢ଼ାଉ । ଗୋଟିଏ ଅଜଗର ସାପ କୁ ଉଧାର କରିବା ସହ, ସାପୁଆକେଳାକୁ  ଗିରଫ କରିଛି ବନବିଭାଗ । ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ବେଲଗୁଣ୍ଠା ସେକ୍ସନ୍ ର ସୁତୁମୁସର ଗାଁ ନିକଟରେ ନଜରକୁ  ଆସିଥିଲା ଏଭଳି ଘଟଣା । ଗିରଫ ଅଭିଯୁକ୍ତ ଜଣକ, ସୋରଡା ଥାନା ଅଞ୍ଚଳର ଜାନକୀ ନାଇକ । ସଂପୃକ୍ତ ଅଭିଯୁକ୍ତ ଜଣକ, ନିଜ ଘରେ ମଧ୍ୟ  କିଛି ସାପ ରଖିଥିବା ନେଇ, ବନବିଭାଗ ଆଗରେ ସ୍ବୀକାର କରିଛି । ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ, ସାପୁଆକେଳାର ଘର ତଲାସି ଆରମ୍ଭ  କରିଛି ବନବିଭାଗ । ତେବେ  ଖବର ଲେଖା ହେବା ସୁଧା , କେତେ ସାପ ଉଧାର ହୋଇଛି ସେ ସଂକ୍ରାନ୍ତରେ  ବନବିଭାଗ ପକ୍ଷରୁ ସୂଚନା ମିଳିପାରିନାହିଁ । ପ୍ରକାଶ ଥାଉକି , ସାପ ଖେଳ କରିବା ଏବଂ ସାପ ରଖିବା ନେଇ , ବନ୍ୟପ୍ରାଣୀ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ । ଆଜିକାଲି ଆଉ ସାପଖେଳ ପ୍ରାୟତଃ ହେଉନାହିଁ । ଏବଂ ସାପୁଆକେଳା ମାନେ ମଧ୍ୟ, ସାପ ରଖୁନାହାଁନ୍ତି  । ଏଭଳି ସମୟରେ ବେଲଗୁଣ୍ଠା ଅଞ୍ଚଳରେ ଏହି ଘଟଣା ଜଣା ପଡ଼ିବା ପରେ, ବନବିଭାଗ ଏହାକୁ ଗମ୍ଭୀରତାର ସହ ନେଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୨/୨୦୨୪---୧୧,୪୫ Sakhigopal News,8/12/2024

Blog Archive

Popular Posts