Breaking News

ପ୍ରୟାସ ସଂଗଠନର ବ୍ଳକ ସ୍ତରୀୟ ବନ୍ଧୁ ମିଳନ ଓ କର୍ମକର୍ତ୍ତା ଚୟନ

 


ସାକ୍ଷୀଗୋପାଳ,--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାଣ୍ଢରା ପଞ୍ଚାୟତ ଠାରେ ସତ୍ୟବାଦୀ ବ୍ଳକ ସ୍ତରୀୟ ବନ୍ଧୁମିଳନ ସହିତ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଷ୍ଠାନର  ପ୍ରୟାସ ସଂଗଠନର ସ୍ଥାୟୀ ସଭାପତି କାମାକ୍ଷା ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଆଗାମୀ ଦିନ ପାଇଁ ବିଭିନ ଜନହିତକର ଯୋଜନା ସମ୍ପର୍କରେ ଆଲେଚନା କରାଯାଇଥିଲା । ସତ୍ୟବାଦୀ ବ୍ଳକର ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ଏହି ଅନୁସାରେ ୩୧ ନଂ ଜୋନର ସତ୍ୟବନାରାୟଣ ବିଶ୍ୱାଳ ସଭାପତିତ୍ୱ ଭାବେ ଚୟନ କରାଯାଇଥିଲା ବେଳେ ୩୨ ନଂ ଜୋନର ସଭାପତି ଭାବେଦିବାକର ସ୍ୱାଇଁ ଓ ୩୩ନଂ ଜୋନ ପାଇଁ ଚକ୍ରଧର ସାହୁଙ୍କୁ ମନୋନୀତ କରାଯାଇଛି । ବୈଠକରେ ସଂଗଠନର କୃଷ୍ଣଚନ୍ଦ୍ର ଜଗଦେବ, ଟୁଟୁ ବଡଜେନା, ଜସ୍ମିନଜୟ ମତଗଜସିଂ, ଲକ୍ଷ୍ମଣ ବେହେରା ଚିନ୍ମୟୀ ରଥ ପ୍ରମୁଖ ସଂଗଠନକୁ  ଆଗାମୀ ଦିନରେ ଆଗେଇ ନେବାକୁ ଉପସ୍ଥିତ ଥିବା ସଦସ୍ୟ ମାନଙ୍କୁ କହିଥିଲେ । ବୈଠକରେ ଗଙ୍ଗାଧର ଛାଟେଇ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାଚୁର୍ଯ୍ୟ ହୋତା ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୨/୨୦୨୪---୮,୧୦   Sakhigopal News, 12/12/2024

Blog Archive

Popular Posts