Breaking News

ବସଷ୍ଟାଣ୍ଡ ନିକଟରୁ ମିଳିଥିବା ଏକ ବୃଦ୍ଧ ବ୍ୟକ୍ତିଙ୍କ ମୃତ ଶବକୁ ସଂକଳ୍ପ ପରିବାରର ସଦସ୍ୟ ମାନେ ଦାହ କରିଛନ୍ତି


ବରଗଡ଼ :- ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଘରୋଇ ବସ ଷ୍ଟାଣ୍ଡ ନିକଟରୁ ଏକ ବୃଦ୍ଧ ବ୍ୟକ୍ତିଙ୍କ ମୃତ ଶବକୁ ସଂକଳ୍ପ ପରିବାରର ସଦସ୍ୟ ମାନେ ପିପାଳମୁଣ୍ଡା ସ୍ୱର୍ଗଦ୍ୱାର ରେ ଶବ ସତ୍କାର କରିଛନ୍ତି । ସୂଚନା ମୁତାବକ ଗତ କିଛିମାସ ହେଲା ବରଗଡ଼ ଘରୋଇ ବସ ଷ୍ଟାଣ୍ଡ ଆଖ ପାଖ ଅଞ୍ଚଲରେ ଭିକ୍ଷାବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଜଣେ ବୃଦ୍ଧା ବ୍ୟକ୍ତି ଗତ ଶୁକ୍ରବାର ଦିନ ବସ ଷ୍ଟାଣ୍ଡ ନିକଟରେ ପଡିରହିଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।
ଖବର ପାଇବା ମାତ୍ରେ ବରଗଡ଼ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧା ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ବିଭାଗୀୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଟାଉନ ପୋଲିସ ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଶବର ପଞ୍ଚନାମା କରାଯାଇଥିଲା ଓ ଶବ ବ୍ୟବଚ୍ଛେଦ କରି ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା ମାତ୍ର ଆଜି ବୁଧବାର ଦିନ ୯୬ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୃତ ବ୍ୟକ୍ତିର କୌଣସି ପରିଚୟ ନମିଳିବାରୁ ଶବ ସତ୍କାର କରିବା ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ବରଗଡ଼ ଟାଉନ ପୋଲିସ ତରଫରୁ ଅନୁରୋଧ କରିଥିଲେ । ଆଜି ସଂକଳ୍ପ ପରିବାର ସଭାପତି ଶ୍ରୀମାନ ବିକାଶ ଅଗ୍ରୱାଲ, ସମ୍ପାଦକ ଜି. ରମେଶ, ନିଲେସ ପଧାନ ,ଆଲୋକ ପଧାନ ପ୍ରମୁଖ ଯାଇ ପିପଳମୁଣ୍ଡା ସ୍ୱର୍ଗଦ୍ୱାର ଠାରେ ଶବ ସତ୍କାର କରିଛନ୍ତି । ପ୍ରତ୍ୟେକ ଅସହାୟ ଅଚିହ୍ନା ଶବ ସତ୍କାର ସଂକଳ୍ପ ପରିବାର ତରଫରୁ ସମ୍ପୂର୍ଣ ନିଶୁଳ୍କରେ କରାଯାଇଥାଏ ବୋଲି ଜଣାପଡିଛି। ଶବ କୁ ସମ୍ମାନ ଦେବାକୁ ଯାଇ ସଂକଳ୍ପ ପରିବାର ୨୦୨୦ ମସିହାରୁ ନିରନ୍ତର ଭାବରେ ଉକ୍ତ କାର୍ଯ୍ୟକ୍ରମ କରି ଆସୁଛି ।ଏପରିକି କରୋନା ସମୟରେ କଟକଣା ଜାରି ରହିଥିବା ବେଳେ "ସଂକଳ୍ପ ପରିବାର" କରୋନା ରୋଗୀ ଶବ ସତ୍କାର କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୨/୨୦୨୪---୭,୩୫ Sakhigopal News,12/12/2024

Blog Archive

Popular Posts