Breaking News

ଭେଡେନ ବ୍ଲକ ରେମଣ୍ଡା ଠାରେ ଶ୍ରୀରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

 
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଶ୍ରୀ ରଣେଶ୍ଵର ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ  ମହାସମାରୋହରେ ଉଦଯାପିତ ହୋଇଯାଇଛି। ରେମଣ୍ଡା ମା ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟି ର ସଭାପତି ମଧୂସୁଦନ ଭୋଇ, ଉପସଭାପତି ଯୋଗେଶ୍ବର ସାହୁ, ସଂପାଦକ ପ୍ରମୋଦ କୁମାର ଭୋଇ, ସହ ସମ୍ପାଦକ ଶିବନାରାୟଣ ସାହୁ, ସନ୍ତୋଷ କୁମାର ପ୍ରଧାନ, ମନୋଜ ଖମାରୀ, ସୁନୀଲ ଭୋଇ, ମୀନକେତନ ଭୋଇ, ସଂପଦ ଭୋଇ, ପ୍ରେମଲାଲ ଭୋଇ, ସଦାନନ୍ଦ ସାହୁ, ଯଦୁମଣି ପ୍ରଧାନ, ପ୍ରେମାନନ୍ଦ ଖମାରି, ରାଧାକାନ୍ତ ଭୋଇ ଓ ଦୁର୍ଯ୍ୟୋଧନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପଣ୍ଡିତ ଭାବରେ ପଣ୍ଡିତ ଶୁକଦେବ ଶତପଥୀ ସମେତ ୧୪ ସହଯୋଗୀ ପଣ୍ଡିତ ମାନେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଥିଲେ। ଏଥିରେ କର୍ତ୍ତା ଭାବରେ ସପତ୍ନିକ ରାମଚନ୍ଦ୍ର ଭୋଇ, ସୁଧିର କୁମାର ଭୋଇ, ମନୋଜ ସାହୁ, ବିକାଶ ସ୍ୱାଇଁ, ବାଳକୃଷ୍ଣ ସାହୁ, ରବିନାରାୟଣ ସାହୁ, ଅତନୁ ଭୋଇ, ମନୀଷ ରଂଜନ ସାହୁ ଦାୟିତ୍ବ ତୁଲାଇଥିଲେ। ଏହି  ମା ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଶ୍ରଦ୍ଧାଳୁ ଭକ୍ତ ଭାବରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟକ ସନତ ଗଡତିଆ, କୁଲତା ସମାଜ ର ବର୍ଷିଆନ ସଦସ୍ୟ ଅଗ୍ନି କୁମାର ପ୍ରଧାନ, ତାଲମେଣ୍ଡା ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରଧାନ, ଅତାବିରା ରାମଚଣ୍ଡି ମନ୍ଦିର ସଭାପତି ଦିବାକର ପ୍ରଧାନ ଓ ଅନ୍ୟାନ୍ୟ  ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ  ଯୋଗ ଦେଇ ମା ରାମଚଣ୍ଡି ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ  ରେମଣ୍ଡା "ଶପଥ ପରିବାର " ତରଫରୁ ରକ୍ତଦାନ କୁ ପ୍ରୋତ୍ସାହନ କରିବା ପାଇଁ ସଭାପତି ନୀରରଂଜନ ଖମାରୀ, ଦୀପକ ଭୋଇ, ରତନ ଭୋଇ, ଲକି ମେହେର ତନ୍ମୟ, ଖମାରି, ଟୁନା ସେଠ, ଅଙ୍କୁର ପ୍ରଧାନ ଙ୍କ ନେତୃତ୍ବରେ ବରଗଡ ଭ୍ରାମ୍ୟମାଣ ଯାନ ଦ୍ଵାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଗଡ଼ ରକ୍ତଭଣ୍ଡାରର ଅମରଜିତ ମହାନ୍ତି, ରୋହିତ କଲେତ, ରାଜେଶ ରଣା, କୃଷ୍ନ ଚନ୍ଦ୍ର ସାହୁ ଓ ନେହା ସାହୁ ୪ ଜଣ ମହିଳା ସମେତ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ ରାମଲୀଳା, କୃଷ୍ନଗୁରୁ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ରେମଣ୍ଡା "ଗଣେଶ ପୂଜା କମିଟି" ପକ୍ଷରୁ ଚା ଓ ପାନୀୟ ଜଳ, ଝରାପାଲି ମାର୍କେଟ ଥୁଆପାଲି ର "ଲାୟନ୍ସ କ୍ଲବ ଓ ଲିଓ କ୍ଲବ" ପକ୍ଷରୁ ପୂର୍ବତନ ସଭାପତି  ଅମୀୟ କୁମାର ମେହେର, ହରେକୃଷ୍ଣ ପ୍ରଧାନ, ଶଂକରଲାଲ  ଗୁପ୍ତା, ଯୋଗେଶ ଅଗ୍ରୱାଲ , ଅଜିତ ବେହେରା, ଲୋକେଶ ଚନ୍ଦ୍ରମ୍ ଫଳ ବଣ୍ଟନ କରିଥିଲେ।ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ମୀନାବଜାର, ଖାଦ୍ୟପେୟ ଦୋକାନ ବଜାର ଲାଗିଥିଲା। ଉତ୍ସବରେ ଶ୍ରଦ୍ଧାଳୁ ଓ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଭେଡେନ ବ୍ଲକ, ଅତାବିରା ବ୍ଲକ, ବରଗଡ ବ୍ଲକ୍, ବିଜେପୁର ବ୍ଲକ ର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶ୍ରୀ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡି ଚରଣେ ଶରଣଂ ମା ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇ ମା ରାମଚଣ୍ଡି ଙ୍କ ଆଶିଷ ଭିକ୍ଷା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୨/୨୦୨୪----୮,୫୫ Sakhigopal News,14/12/2024

Blog Archive

Popular Posts