ଶାନ୍ତିସ୍ରୋତ ଭବନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଭଞ୍ଜନଗର,----:ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଶାନ୍ତି ସ୍ରୋତ ଭବନରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ତରଫରୁ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଚକ୍ଷୁ ବିଶେଷଜ୍ଞ ଡ. ହୃଷିକେଶ ରଥଙ୍କ ଉପସ୍ଥିତିରେ ସତୁରୀରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ମାଗଣା ପରଳ ଅସ୍ତ୍ରୋପଚାର ନିମନ୍ତେ ଛ ଜଣଙ୍କୁ ଶଙ୍କର ଚିକିତ୍ସାଳୟକୁ ପଠାଯାଇଛି। ଚକ୍ଷୁ ସମସ୍ୟା ଜନିତ ବିଭିନ୍ନ ରୋଗର ପ୍ରତିକାରର ଆଉ ଏକ ମାଧ୍ୟମ ସହଜ ରାଜଯୋଗ ବୋଲି ସେବାକେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଅଭିଭାଷଣ ରଖିଥିଲେ। ରାଜଯୋଗ ମନରେ ଏକାଗ୍ରତା ଶକ୍ତିକୁ ବୃଦ୍ଧି କରିଥାଏ। ଯାହା ରୋଗକୁ ବିସ୍ତାର କରିବାରେ ପ୍ରତିବନ୍ଧକ ହୋଇଥାଏ । ବ୍ରହ୍ମାକୁମାର ଅକ୍ଷୟ ଭାଇ ସମେତ ଅନ୍ୟ ଭାଇଭଉଣୀ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୨/୨୦୨୪---୮,୧୦ Sakhigopal News,25/12/2024