Breaking News

ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ସପ୍ତମ ଦିବସ; ଷଡମଲ୍ଲ ନିହତ ଖବର ପାଇ କଂସ ବିଚଳିତ



ବରଗଡ ---- ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ସପ୍ତମ ଦିବସରେ ମହାରାଜ କଂସ  ମଥୁରାନଗରୀ ପରିଭ୍ରମଣ କରିଥିଲେ ଓ ପ୍ରଜା ମାନଙ୍କ ସୁଖଦୁଃଖ ବୁଝିଥିଲେ। ଯେଉଁ ମାନେ ଶୃଙ୍ଖଳା ଭଙ୍ଗ କରୁଥିଲେ ଅର୍ଥ ଦଣ୍ଡିତ କରିଥିଲେ। ରାଜ ଦରବାରରେ ଷଡମଲ୍ଲ ନିହତ ଖବର ପାଇ କଂସ ବିଚଳିତ ହୋଇ ମର୍ମାହତ ହୋଇଥିଲେ। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ରେ ନାରଦ ଙ୍କ ପରାମର୍ଶ କ୍ରମେ ରାଣୀ ପଦ୍ମାବତୀ ଯଦି ଧନଶ୍ରୀ ଓଷା କରିବେ,  କଂସ ମହାରାଜ ଙ୍କ ସମସ୍ତ କାର୍ଯ୍ୟ ସଫଳହେବ। ଉକ୍ତ ଓଷା ରେ ୧ଲକ୍ଷ ପଦ୍ମଫୁଲ ଲାଗିବ। ଉକ୍ତ ପଦ୍ମଫୁଲ କେବଳ ଗୋପପୁର କାଳନ୍ଦି ହ୍ରଦରେ ମିଳିବ। ପଦ୍ମଫୁଲ ଶ୍ରୀକୃଷ୍ଣ ଓ ବଲରାମ ତୋଳିବାକୁ ଯିବେ, ସେଠାରେ କାଳୀୟ ନାଗ ଶ୍ରୀକୃଷ୍ଣ ଓ ବଲରାମ ଙ୍କୁ ଦଂଶନ କରିବ । ସେଠାରେ ଉଭୟ ଙ୍କ ମୃତ୍ୟୁ ସୁନିଶ୍ଚିତ। ଏହି କୁଟିଳ ଚକ୍ରାନ୍ତ କଂସ ଓ ନାରଦଙ୍କ ମଧ୍ଯ ଆଲୋଚନା, ପରେ ନନ୍ଦରାଜ ନିକଟକୁ କଂସ ଚିଟାଉ ପ୍ରେରଣ କରିଥିଲେ। ମଗଧ ରାଜା ଜରାଷଣ୍ଢ ଓ କଂସ ଙ୍କ ମଧ୍ଯରେ ଯୁଦ୍ଧ ହୋଇଥିଲା। ଏଥିରେ ଜରାଷଣ୍ଢ କୁ ପରାସ୍ତ କରି ମହାରାଜ କଂସ  ଜରାଷଣ୍ଡ ର ଦୁଇ ଝିଅ ହେତୀଓ ପ୍ରହେତୀ ବିବାହ କରିଥିଲେ।ଆଜି ରାଜ ଦରବାରରେ କଂସ ମହାରାଜ ଆଦେଶ କ୍ରମେ ଭେଡେନ ମନୋହର ସାଂସ୍କୃତିକ ସଂସଦ ର ସଭାପତି ତଥା ଭାଷାବିତ୍ ଉତ୍ପନ୍ନ କୁମାର ଭୋଇ, ସଂଯୁକ୍ତ କୃଷକ ସଙ୍ଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଓ ବିଶିଷ୍ଟ କବି ଲକ୍ଷ୍ମଣ ମଲ୍ଲିକ ନିଜସ୍ଵ କବିତା ଆବୃତ୍ତି କରିଥିଲେ। ଅତିଥି ମାନେ ଯୋଗ ଦେଇ କଂସ ରାଜଦରବାର ସମ୍ମାନ ବୃଦ୍ଧି କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ, ଧନୁଯାତ୍ରା କମିଟି ସଭାପତି ଅନିରୁଦ୍ଧ ସାହୁ। ଧନୁଯାତ୍ରା ରେ ହାଜର ହଜାର ସଂଖ୍ୟାରେ ଦର୍ଶକମାନେ ଧନୁଯାତ୍ରା ମହୋତ୍ସବ ଉପଭୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୧୨/୨୦୨୪---୮,୪୫ Sakhigopal News,21/12/2024

Blog Archive

Popular Posts