Breaking News

ସେନ୍ଟ ଜାଭିଅର ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ




ସାକ୍ଷୀଗୋପାଳ,---  ସାକ୍ଷୀଗୋପାଳ ସ୍ଥିତସେନ୍ଟ ଜାଭିଓର ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲର ଅଧ୍ୟକ୍ଷ ଦିପିକା ରଥ ଙ୍କ ତତ୍ୱାବଧାନ ରେ ବସନ୍ତ ହୋତା  ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବ କୁ ଉଦଘାଟନ କରିଥିଲେ l  ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ସଭାପତି  ଶ୍ରୀ ସତ୍ୟବାଦୀ ଦାସ ଏବଂ ଯୁଗ୍ମ ସମ୍ପାଦକ ଦେବଦତ୍ତ ରଥ ଏବଂ ସନ୍ତୋଷ କୁମାର ସହୂ  ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାବିତ ଠାରୁ ଅଭିଭାଦନ ଗ୍ରହଣ କରିଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିବା ସହ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥଲେ l କ୍ରୀଡା ଶିକ୍ଷକ ଦୀପକ କୁମାର ପ୍ରଧାନ ଏବଂ ବସନ୍ତ ହୋତା, ଶାନ୍ଟୁନୁ ପ୍ରଧାନ କ୍ରୀଡ଼ା ପରିଚାଳନା କରିଥିଲେ ।  ଶିକ୍ଷୟତ୍ରୀ,  ସସ୍ମିତା ରାଉତରାୟ, ପ୍ରିୟଙ୍କାମିସ , ରଶ୍ମିତା ବେହେରା, ସ୍ଵାଗତିକା ବେହେରା, ଲଷ୍ମୀପ୍ରିୟା ଜେନା,ସୁଭଦ୍ରା ଦାସ, ସୁଲଗ୍ନା ରାୟ, ସସ୍ମିତା ମିଶ୍ର, ଶୁଭଶ୍ରୀ ସାହୁ,ରଶ୍ମିତା ରାଉତରାୟ, ଜସ୍ମିନ ମିସ କ୍ରୀଡା ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ । ୪ ଦିନ ଧରି ଚାଲିଥିବା  କ୍ରୀଡା କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୨/୨୦୨୪----୮,୫୫ Sakhigopal News,23/12/2024

Blog Archive

Popular Posts