ଅଣ ଗେଜେଟେଡ୍ ବନ ସେବା ସଂଘ ର ନୂତନ କର୍ମକର୍ତ୍ତା ଚୟନ
ଭଞ୍ଜନଗର: ନିଖିଳ ଓଡିଶା ଅଣ ଗେଜେଟେଡ୍ ବନସେବା ସଂଘର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖାର ଏକ ବୈଠକ କେନ୍ଦ୍ରୀୟ ନର୍ସରୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତର ଘୁମୁସର ବନଖଣ୍ଡର ସମସ୍ତ ବନପାଳ,ବନରକ୍ଷୀ ଯୋଗ ଦେଇ ସଂଘର ଆଗାମୀ କାର୍ଯ୍ୟପନ୍ଥା ସଂର୍ପକରେ ଆଲୋଚନା କରିଥିଲେ। ଏହି ଅବସରରେ ଭଞ୍ଜନଗର ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ବନପାଳ ଅନୁପ କୁମାର ବିଷୋୟୀଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା। ସେହିପରି ଉପସଭାପତି ଭାବେ ବନପାଳ ଶରତ ମହାନ୍ତି , ସମ୍ପାଦକ ଭାବେ ବନରକ୍ଷୀ ସୁଶାନ୍ତ ଶେଖର ମିଶ୍ର,ସହ ସମ୍ପାଦକ ଭାବେ ବନରକ୍ଷୀ ଜିତେନ୍ଦ୍ର କୁମାର ସେଠୀ,ଯୁଗ୍ମ ସମ୍ପାଦକ ଭାବେ ବନପାଳ ମୀତା ପୋଲାଇ ଏବଂ କୋଷାଧ୍ୟକ୍ଷ ଭାବେ ବନପାଳ ଏ.ଶୁଭସ୍ମିତା ପାତ୍ରଙ୍କୁ ଚୟନ କରାଯାଇଥିଲା। ନୂତନ କମିଟିକୁ ସମସ୍ତ ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଦିନରେ ସଂଘର ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ମିଳିମିଶି କାମ କରିବା ନେଇ ଆଲୋଚନା ହୋଇଥିଲା। ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିନରେ କାର୍ଯ୍ୟ କରୁଥିବା ବନପାଳ ବନରକ୍ଷୀ ମାନେ ଉପସ୍ଥିତ ରହିଥିଲେ।
ଏହି ନବ ନିଯୁକ୍ତ କର୍ମକର୍ତ୍ତାମାନେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଙ୍କୁ ସାକ୍ଷାତ କରି ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ଙ୍କ ସୂଚୀ ପ୍ରଦାନ କରିବା ସହ ସଂଘର ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୪----୬,୧୦ Sakhigopal News,19/12/2024