ସତ୍ୟବାଦୀ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶକ୍ତି ସଂରକ୍ଷଣ ଜନସଚେତନତା ଶୋଭାଯାତ୍ରା
ସାକ୍ଷୀଗୋପାଳ,--- ଶକ୍ତି ସଂରକ୍ଷଣ ପାଇଁ ସତ୍ୟବାଦୀ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ପରେ ପିଲାମାନେ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକର୍ଡ ଧରିବା ସହ ବିଭିନ୍ନ ସ୍କୋଗାନ ଦେଇ ରତ୍ନଚିରା ନଦୀ ପର୍ଯ୍ୟନ୍ତ ଆସିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ରଙ୍କ ତତ୍ୱବଧାନରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ପରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମିଶ୍ର ସଭାପତିତ୍ୱ କରି ଶକ୍ତି ବିନା ଆମେ ବଞ୍ଚିପାରିବା ନାହିଁ । ଏଣୁ ଶକ୍ତିକୁ ସୁରକ୍ଷିତ ରଖିବା ଆରମ ଦରକାର ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ୁତା, ସ୍କୋଗାପ ଉପରେ ପ୍ରତିଯୋଗିତା କରାଯାଇ ପ୍ରଥମ, ଦୁତୀୟ ଓ ତୁତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷ୍ରତୀ ମାନେ କାଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ସୌଦାମିନୀ ନାୟକ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୪---୮,୧୦ Sakhigopal News, 14/12/2024