ୟୁ ବି ହାଇସ୍କୁଲ ଏନ୍ ସି ସି କ୍ୟାଡେଟଙ୍କୁ ତାଲିମ୍
ଭଞ୍ଜନଗର: ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଆଜି ଏନ୍ ସି ସି ଆର୍ମୀ କ୍ୟାଡେଟମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ଏନ୍ ସି ସି 'ଏ' ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ପୁନର୍ବାର ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି , ବ୍ରହ୍ମପୁର ୟୁନିଟ ତରଫରୁ ପି ଆଇ ଷ୍ଟାଫ୍ ଦ୍ଵାରା ତାଲିମ୍ ଦିଆଯାଇଛି । ବିଦ୍ୟାଳୟର ଏନ୍ ସି ସି (ଆର୍ମୀ ଉଇଙ୍ଗ୍ ) ସେକେଣ୍ଡ୍ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମ୍ କର୍ମଶାଳାରେ ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଦ୍ଵାରା ପ୍ରେରିତ ପି. ଆଇ. ଷ୍ଟାଫ୍ (ଭାରତୀୟ ସ୍ଥଳ ସେନା ର) ସୁବେଦାର୍ ବିସନ୍ ସିଂ ଗୁରୁଙ୍ଗ୍ ଉପସ୍ଥିତ ହୋଇଥିଲେ। ଉଭୟ ପ୍ରଶିକ୍ଷକ ଏବଂ ଏ.ଏନ୍.ଓ. ଶ୍ରୀ ମିଶ୍ର ଏହି କ୍ୟାଡେଟମାନଙ୍କୁ ଡ୍ରିଲ୍ ପ୍ୟାରେଡ , ଓ୍ବିପନ୍ ଟ୍ରେନିଂ ଏବଂ ଅନ୍ୟାନ୍ୟ କେତେକ ଏନ୍ ସି ସି ସମ୍ବନ୍ଧୀୟ ବିଷୟରେ ଉଭୟ ତତ୍ତ୍ଵ ଭିତ୍ତିକ ଓ ଅଭ୍ୟାସ ଭିତ୍ତିକ ତାଲିମ୍ ପ୍ରଦାନ କରି ଥିଲେ । ପି ଆଇ ଷ୍ଟାଫ୍ ଶ୍ରୀ ଗୁରୁଙ୍ଗ୍ ବିଭିନ୍ନ ଡ୍ରିଲ୍ ଅବସ୍ଥାନ ସମୂହର ପ୍ରଦର୍ଶନ ମୂଳକ ଅଭ୍ୟାସ କରାଇଥିଲେ । ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷର କ୍ୟାଡେଟ ଭାଗନେଇଥିଲେ । ତତ୍ ପରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟ କ୍ରମରେ ସମସ୍ତେ ବିଦ୍ୟାଳୟ ହତା ସଫେଇ କରିଥିଲେ । ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ଯବହାର ନ କରିବା ନିମନ୍ତେ ଶପଥଗ୍ରହଣ କରିଥିଲେ। ପରିଶେଷରେ ସମସ୍ତ କ୍ୟାଡେଟଙ୍କୁ ସାମାନ୍ୟ ଜଳପାନ ବଣ୍ଟନ କରାଯାଇଥିଲା। ଏଥି ନିମିତ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଓ ଆଜିର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନାୟକ; ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ର କମାଣ୍ଡିଙ୍ଗ୍ ଅଫିସର୍ ଓ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୨/୨୦୨୪---୮,୪୫ Sakhigopal News,12/12/2024