Breaking News

କାଦୁଆଛକରେ ଖୋଳିଲା ଚାନ୍ଦୁଆ ସଫ

  


ସାକ୍ଷୀଗୋପାଳ,----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଛକ ତଥା ୩୧୬ନଂ ଜାତୀୟ ରାଜପଥ କରରେ ଏକ ଚାନ୍ଦୁଆ ଦେକାନ ଖୋଲିଛି । ,ହି ଦେକାନଟି ପୁରୀ ଯିବା ରାସ୍ତାରେ କାଦୁଆ ଛକ ନିକଟରେ ରହିଛି । ଏହାକୁ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ନଡିଆ ବାଡେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର ଙ୍କ ସହିତ ଦେକାନର ମାଲିକ ଚାନ୍ଦୁଆ କାରିଗର ତଥା କାଦୁଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଉରିବନ୍ଦୁ ମହାପାତ୍ର  ଉପସ୍ଥିତ ରହିଥିଲେ । ଯାହା ଫଳରେକି ସତ୍ୟବାଦୀରେ ଏବେ ପିପିଲି ପରି ଏଠାରେ ବିଭିନ୍ନ ଚାନ୍ଦୁଆ ବିକ୍ରୟ କରାଯିବା ସହ ଚାନ୍ଦୁଆ ମରାମତି ମଧ୍ୟ କରାଯିବ ବୋଲି ଦେକାନ ମାଲିକ ଶ୍ରୀ ମହାପାତ୍ର କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୪---୭,୨୫   Sakhigopal News, 26/12/2024

Blog Archive

Popular Posts