ଗଞ୍ଜେଇ ଚାଲାଣ ବେଳେ ଭଞ୍ଜନଗର ପୁଲିସର ଚଢ଼ାଉ କାର ସହ ୨ ଗିରଫ
ଭଞ୍ଜନଗର- - କନ୍ଧମାଳ ରୁ ଭୃବନେଶ୍ବର ଗଞ୍ଜେଇ ଚାଲାଣ ବେଳେ ଭଂଜନଗର ପୁଲିସ ପକ୍ଷରୁ ଖାରିଗୁଡା ଟଲଗେଟ ନିକଟ ରାସ୍ତାରେ ଚଢ଼ାଉ କରାଯାଇଛି । ଗୋଟିଏ କାର ସହ ୯୩ କିଲୋ ଗଞ୍ଜେଇ ଜବତ । ଏଥିରେ ସଂପୃକ୍ତ ୨ ଚାଲାଣ କାରୀଙ୍କୁ ଗିରଫ କରିଛି ଭଞ୍ଜନଗର ପୁଲିସ । ସୂଚନା ପ୍ରକାରେ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ ।ଏହି ସମୟରେ ସେହି ସମୟରେ ପେଟ୍ରୋଲିଂ କରୁଥିବା ବେଳେ କାରଟି ଆସିବା ବେଳେ ସନ୍ଦେହ ରେ କାରଟିକୁ ଅଟକାଇ ଭଂଜନଗର - ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ଟଲଗେଟ ନିକଟରେ, ପୋଲିସ ଚେକିଙ୍ଗ ଦେଖି ସେ ଗାଡି ହଠାତ ବୁଲାଇ ପୁଣି ଥରେ ଫୁଲବାଣୀ ଆଡେ ପଳାଇ ଯାଉଥିବାବେଳେ ସେହି ଗାଡିକୁ ଗୋଡ଼ାଇ ଧରିବାରେ ସକ୍ଷ୍ୟମ ହେଇଥିଲେ ପୋଲିସ । ଭଞ୍ଜନଗର ପୁଲିସ କର୍ମଚାରୀ ମାନେ କାର ଯାଞ୍ଚ କରିବା ପରେ, ସେଥିରୁ ୯୩ କିଲୋ ଉଦ୍ଦ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ବ୍ୟବହୃତ କାର କୁ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ କନ୍ଧମାଳ ଜିଲ୍ଲା ଫୁଲବାଣୀ- ସହରର ଏଫସିଆଇ ଛକର ପ୍ରମୋଦ କୁମାର ବେହେରା ଓ ଅଜୟ ଦିଗାଲ। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନାପକ୍ଷରୁ ୧୨୧୨/୨୪ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ କୁମାର ମୁଦୁଲି ସୁଚନା ଦେଇଛନ୍ତି ।ଚଢାଉରେଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ରାଉତ, ସନ୍ତୋଷ ନାୟକ ଏବଂ ଅମିତ ବିଶ୍ୱାଳ ସାମିଲ୍ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୪---୧୦,୧୫ Sakhigopal News,16/12/2024