ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ର ୩୭ତମ ବାର୍ଷିକ ଉତ୍ସବ
ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ପକ୍ଷରୁ ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ ମୀନତି ପାଢ଼ୀ ଓ ଓଁ ପ୍ରକାଶ ପଣ୍ଡା। ଏହି ଉତ୍ସବ ରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ର ପ୍ରିନ୍ସିପାଲ ବସନ୍ତ କୁମାର ସାହୁ। ମୁଖ୍ୟ ଅତିଥି ଭାବେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ୟୁନିଭରସିଟିର ଏସି,ଏସଟିସି ସଂଗଠନ ସଭାପତି ନୀହାଲ ସିଂ, ହାସ୍ୟ ଅଭିନେତା ବିନ୍ଦୁ ବରଗଡ। ଏକାଡେମୀ ର ଅଭିଭାବକ ପ୍ରତିନିଧି ଗୋପାଳ ସେଠ, ଏନ ଡି ବି ଏ ଡାଇରେକ୍ଟର ସୁନୀଲ ସିଂ ଯୋଗ ଦେଇ ଶିକ୍ଷା ସମନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ଏକାଡେମୀ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରାକ୍ତନ ଶିକ୍ଷକ ଅତୁଲ୍ୟ କୁମାର ମହାନନ୍ଦ, କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ଓଁ ପ୍ରକାଶ ପଣ୍ଡା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ରକ୍ଷା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୨/୨୦୨୪---୯,୨୫ Sakhigopal News,27/12/2024