ରାମାନୁଜନଙ୍କ ଜନ୍ମଜୟନ୍ତୀ ପାଳନ
ଭଞ୍ଜନଗର-- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ମହାନ ଗଣିତଜ୍ଞ ରାମାନୁଜନଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଗଣିତ ଶାସ୍ତ୍ରରେ ରାମାନୁଜନଙ୍କ ଅବଦାନ ଚିରସ୍ମରଣୀୟ। ତାଙ୍କ ଜନ୍ମ ଦିନକୁ ଗଣିତ ଦିବସ ରୂପେ ଭାରତରେ ପାଳନ କରାଯାଇଥାଏ। ଡିଏଭି ବିଦ୍ୟାଳୟ ଭଞ୍ଜନଗରରେ ଏ ସମ୍ବନ୍ଧରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର କବିସମ୍ରାଟ ମହାବିଦ୍ୟାଳୟର ଗଣିତ ବିଭାଗର ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ଆରତୀବାଳା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କଦ୍ବାରା ବେଦୋକ୍ତ ମନ୍ତ୍ରପାଠ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀମତୀ ଆରତୀବାଳା ପ୍ରଧାନ ଦୀପ ପ୍ରଜ୍ବଳନ ପୂର୍ବକ ରାମାନୁଜନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବିଦ୍ୟାଳୟ ର ଗଣିତ ଶିକ୍ଷକ ଶ୍ରୀ ମନୋରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରାମାନୁଜନଙ୍କ ଆଦର୍ଶ ଓ ଗଣିତରେ ଅବଦାନକୁ ମନେପକାଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ଗଣିତ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶିକ୍ଷକ ଶ୍ରୀ ବରୁଣ ବେହେରାଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା କ୍ଷୁଦ୍ର ନାଟକ ମଞ୍ଚସ୍ଥ କରାଯାଇଥିଲା। ପରିଶେଷରେ ଶିକ୍ଷୟିତ୍ରୀ ସୋନାଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଗଣିତ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୨/୨୦୨୪---୮,୨୦ Sakhigopal News,21/12/2024