ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଟଣୀ :--ସ୍ଥାନୀୟ ଉପର ବସ୍ତ ଗ୍ରାମର ସରକାରୀ ଉପ୍ରା ବିଦ୍ୟାଳୟର ସାରସ୍ୱତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିବାଳା ପରିଡା, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରମିଳା ସାହୁ, ସବିତା ପାଣିଗ୍ରାହୀ, ସିଆରସିସି ଚିତ୍ତ ରଞ୍ଜନ ମହାପାତ୍ର, ମୁଖ୍ୟବକ୍ତା ରୂପେ ଦିବାକର ମଙ୍ଗରାଜ ପ୍ରମ୍ମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱପ୍ନା ରାଣୀ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l
୨୧୫ ଜଣ ଛାତ୍ରଛାତ୍ରୀ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଶିକ୍ଷଣିୟ ସ୍ଥାନଟି ଶିକ୍ଷାଦାନ କ୍ଷେତ୍ରରେ ଗୌରବର କୀର୍ତ୍ତି ସ୍ଥାପନ କରିଛି l ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ବିଭିନ୍ନ ବିଭାଗର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରେମାନନ୍ଦ ବରାଳ(କେଦାର), ସ୍ୱପ୍ନାରାଣୀ ବେହେରା, ଗଗନ ବିହାରୀ ପାଣିଗ୍ରାହୀ, ମାଳତୀ ହାଁସଦା, ପୁଷ୍ପାଞ୍ଜଳି ସାହୁ, ବିରେନ ରଞ୍ଜନ ପାତ୍ର, ସରୋଜ ଲାକ୍ରା, ଶାଳିନୀ ପ୍ରଧାନ, ଶ୍ରୀୟା ଶ୍ରୀମଣୀ ପରିଡା ପ୍ରମ୍ମୁଖ ସହଯୋଗ କରିଥଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧୨/୨୦୨୪---୬,୨୦ Sakhigopal News,19/12/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧୨/୨୦୨୪---୬,୨୦ Sakhigopal News,19/12/2024