Breaking News

ପିଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ




 ଜଟଣୀ :-- ଖୋର୍ଦ୍ଧାରୋଡ଼ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ  ଉତ୍ସାହ ଏବଂ ଧୂମଧାମ ସହିତ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା |  ଛାତ୍ର ଏବଂ ଛାତ୍ରୀ ମାନଙ୍କର ଶାରୀରିକ ଏବଂ ମାନସିକ ବିକାଶକୁ ଉତ୍ସାହିତ କରିବା ପାଇଁ ନୁହେଁ ବରଂ କ୍ରିଡା ପ୍ରତିଯୋଗିତା , ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟ ଭଳି ମୂଲ୍ୟବୋଧ କରିବା ପାଇଁ ଏକ ଗୁରୁତ୍ବପୂର୍ଣ ଉତ୍ସବ l 
ମୁଖ୍ୟ ଅତିଥୀ ରୂପେ ପୂର୍ବତଟ ରେଲୱେ ଅତିରିକ୍ତ ପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ବେହରା ଏବଂ ସମ୍ମାନିତ ଅତିଥି ରୂପେ ପୂର୍ବତଟ ରେଲୱେ ର ବିଭାଗୀୟ ଆର୍ଥିକ ପରିଚାଳକ ଶ୍ରୀ ହିମାଦ୍ରୀ ଭୂଷଣ ବିଶ୍ଵାଳ ପ୍ରଦୀପ ପ୍ରଜ୍ଵଳନ ପରେ ପତାକା ଉତ୍ତୋଳନ କରି କ୍ରୀଡ଼ାକୁ ଅନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ l ବିଦ୍ୟାଳୟ ର ଆଚାର୍ଯ୍ୟ ଶ୍ରୀ ନିରୋଜ କିଶୋର ପିଙ୍ଗୁଆ  ସ୍ଵାଗତ  ଭାଷଣ ଦେଇଥିଲେ l କ୍ରୀଡାର ମହତ୍ଵ ଏବଂ ଛାତ୍ର ଏବଂ ଛାତ୍ରୀ ମାନଙ୍କର ଜୀବନରେ ଏହାର ପ୍ରାଭାବ କୁ ଆଲୋକିତ କରି ଖେଳ ପଡିଆରେ ଛାତ୍ର ଏବଂ ଛାତ୍ରୀ ମାନଙ୍କର ପ୍ରସ୍ତୁତି ଏବଂ ଚମତ୍କାର ପ୍ରଦର୍ଶନ ପରିବେଶକୁ ଆହୁରି ଜୀବନ୍ତ କରିଥିଲା | କ୍ରୀଡା ଦିବସର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗୀତା, ଯେଉଁଥିରେ ଦୌଡିବା ଏବଂ ରୀଲେ ରେସ, ଟଗ  ଅଫ ୱାର ଭଳି ଖେଳ ଅନ୍ତର୍ଭୁକ୍ତ ଥିଲା | ଛୋଟ ପିଲାମାନଙ୍କ ପାଇଁ ଚକୋଲେଟ ରେସ  | ଛାତ୍ର ଏବଂ ଛାତ୍ରୀ ଏହି ଖେଳଗୁଡିକରେ ଉତ୍ସାହ ଏବଂ ପରିଶ୍ରମ ସହିତ ଅଂଶଗ୍ରହଣ କରିଥିଲେ ଏବଂ ଦର୍ଶକ ମାନେ କରତାଳି ଏବଂ ଆନନ୍ଦର ସହ ଉତ୍ସାହିତ କରିଥିଲେ |
ସମସ୍ତ ବିଜେତା ମାନଙ୍କୁ ପୁରଷ୍କାର ଦିଆଯାଇ ସମ୍ମାନ କରାଯାଇଥିଲା ।  ଶେଷରେ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ମଧ୍ଯ ଖେଳରେ ଅଂଶ ଗ୍ରହଣ କରିଥିଲେ | କ୍ରିଡା ଶିକ୍ଷକ ଶ୍ରୀ ହେମନ୍ତ ଦୁବେ ଙ୍କ ଦ୍ଵାରା କାର୍ଯକ୍ରମ  ପରିଚାଳିତ ହୋଇଥିଲା ଏବଂ ଶେଷରେ ସମସ୍ତଙ୍କୁ ସଂସୃତ ଶିକ୍ଷିକା ନିରୂପମା ରଥ ଧନ୍ୟବାଦ ଦେଇଥିଲେ | ରାଷ୍ଟ୍ର ଗାନ ସହିତ କାର୍ଯକ୍ରମ ଶେଷ ହୋଇଥିଲା |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୧୨/୨୦୨୪----୮,୪୫ Sakhigopal News,20/12/2024

Blog Archive

Popular Posts