ତୁଳସୀପଲ୍ଲୀ ଠାରେ ୬୦ ତମ ଗୀତା ଜୟନ୍ତୀ ମହୋତ୍ସବ
ଭଞ୍ଜନଗର :ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଢିହପଢ଼ାଳ ପଞ୍ଚାୟତରେ ଥିବା ତୁଳସୀପଲ୍ଲୀ ରାଧାକୃଷ୍ଣ ମନ୍ଦିର ପରିସରରେ ତିନିଦିନ ଧରି ଷାଠିଏ ତମ ଗୀତାଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନଗରକୀର୍ତ୍ତନ, ସମୂହ ପ୍ରାର୍ଥନl, ପlରାୟଣ,ଶାନ୍ତି ହୂମ, ମୁଆଁ ବଣ୍ଟନ, ଗୀତାମୃତ ଅlସ୍ପାଦନ, ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମର ବ୍ୟାସ ଭାବେ ଶିବରାମ ପାଢ଼ୀ ରହିଥିବାବେଳେ ପ୍ରାରମ୍ଭିକ ସଂଗୀତ ନିଗମ ଅଧିକାରୀ କରିଥିଲେ l ସଭାପତି ଭାବେ ସ୍ୱାମୀ ବିରଜାନନ୍ଦ ସରସ୍ବତୀ ପରିଚାଳନା କରୁଥିବାବେଳେ ବକ୍ତାଭାବେ ସନ୍ତୋଷ କୁମାର କର ଓ ରାଧାକାନ୍ତ ଦlଶଜୀ ମହାରାଜ ରହି ଜ୍ଞାନ ଯଂଜ୍ଞ ପରିଚାଳନା କରିଥିଲେ l ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଜ୍ଞାନଯଜ୍ଞରେ ସାମିଲ ହୋଇଥିଲେ l ଆଖ ପାଖ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଉଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଶୃଙ୍ଖଳାର ସହ ପରିଚାଳନା କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୨/୨୦୨୪----୮,୪୫ Sakhigopal News,14/12/2024