Breaking News

ବଡବୋରସିଙ୍ଗି ବିବେକାନନ୍ଦ ଶିଶୁ ଶିକ୍ଷା କେନ୍ଦ୍ରରେ କ୍ରୀଡା ଉତ୍ସବ ଅନୁଷ୍ଠିତ


ଭଞ୍ଜନଗର--  ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡ଼ବୋରସିଙ୍ଗି ଗ୍ରାମରେ ଥିବା ବିବେକାନନ୍ଦ ଶିଶୁ ଶିକ୍ଷା କେନ୍ଦ୍ରରେ  କ୍ରୀଡ଼ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ଅନୁଷ୍ଠାନର ଛାତ୍ରୀ, ଛାତ୍ରଙ୍କ ବିଭିନ୍ନ ଖେଳକୁଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଗୁରୁଜୀ, ଗୁରୁମା ଏବଂ ପ୍ରଧାନଗୁରୁଜୀ ଅପୃର୍ବ ଭୋଳ ଏବଂ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନକୁଳ ପ୍ରଧାନଙ୍କ ସହଯୋଗ ରେ ପରିଚାଳିତ ହୋଇଥିଲା    । ତିନି ଦିନଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତଯୋଗୀତା ର ଉଦଯାପନୀ ସଭା ତଥା କୃତି ଖେଳାଳିଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ବିଷୋୟୀ ପରିଚାଳନା କରି ଥିଲେ । ସମ୍ପାଦକ ଏସ ସିମାଞ୍ଚଳ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଭିଭାବକ, ଅଭିଭାବିକା, ଗ୍ରାମର ଉପସ୍ଥିତ ଥିବା ଗୁରୁଜନଙ୍କୁ ସ୍ୱାଗତ କରିଥିଲେ l                        ପୁରସ୍କାର ବଣ୍ଟନ ଉତ୍ସବରେ ସମାଜସେବୀ ତଥା ପୂର୍ବତନ ବନ କର୍ମଚାରୀ ଶୂଳପାଣି ଶତପଥୀ, ମୁଖ୍ୟ ଅତିଥି, ପୂର୍ବତନ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବିଷୋୟୀ, ଉଦଘାଟକ, ଅବସର ପ୍ରାପ୍ତ ସେନା ଅଧିକାରୀ କେପଟେନ ମହେନ୍ଦ୍ର ଜୁମର ସ୍ୱାଇଁ ଏବଂ ସମିତି ସଭ୍ୟା ଶ୍ରୀମତି ମମତା ଭୋଳ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖ ଛାତ୍ର, ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ସ୍ଥାନିୟ ସରପଞ୍ଚ  ଏସ ରାମେଶ୍ୱର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଅନୁଷ୍ଠାନ ଓ କ୍ରୀଡା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l              ବିଦ୍ୟାଳୟ ର ଛାତ୍ରୀ, ଛାତ୍ର ସୁନ୍ଦର ନାଚ ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗୁରଜୀ ସୁକାନ୍ତ କୁମାର ଷଢଙ୍ଗୀ, ଗୁରୁଜୀ ସନ୍ତୋଷ କୁମାର ସ୍ୱାଇଁଙ୍କ ସମେତ ସମସ୍ତ ଗୁରୁମା ଏବଂ ଏହି ଶିକ୍ଷା ଅନୁଷ୍ଠାନର ସବୁ ବର୍ଗର କର୍ମଚାରୀ ସହଯୋଗ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୨/୨୦୨୪-----୮,୩୫ Sakhigopal News,12/12/2024

Blog Archive

Popular Posts