କୁମ୍ଭାକରଙ୍କର ଇଷ୍ଟଦେବ ରୁଦ୍ରପାଳ ଓ ମା ରତ୍ନେଶ୍ୱରୀଙ୍କର ପୂଜା
ସାକ୍ଷୀଗୋପାଳ, ---- ସତ୍ୟବାଦୀ ବ୍ଳକର ଆନନ୍ଦପୁର, ନରେନ୍ଦ୍ରପୁର ,ଶ୍ରୀରାମଚନ୍ଦ୍ରପୁର ମୁଦୁଲିସାହି, ପୋଡଙ୍ଗସାହି, ମହାବଳାପଡା, ରାୟଗୁରୁ, ଦୁଗଲ ହିରଣପଡା ଆଦି ଗ୍ରାମ ମାନଙ୍କରେ କୁମ୍ଭାକାର ପରିବରଙ୍କ ଇଷ୍ଟ ଦେବରୁଦ୍ରପାଳ ଓ ମା ରତ୍ନେଶ୍ୱରୀଙ୍କୁ ପୂଜା ଆରମ୍ଭ ହୋଇଯାଇଛି । ମାର୍ଗଶିର ମାସ ପଞ୍ଚମୀ ଠାରୁ ଏହି ପାଞ୍ଚଦିନ ଧରି ଏହି ପୂଜା ପାଳିତ ହୋଇଥାଏ । ଏହି ପାଞ୍ଚଦିନ କୁମ୍ଭାକାର ମାନେ ସେମାନଙ୍କ ବୃତ୍ତି କରିନଥାନ୍ତି । ପରିବାର ପକ୍ଷରୁ ମାଟି ଗଡା ଚକିରେ ଚିତା ପକାଯାଇ ପୂଜାରେ ବସିଥାଏ । ବିଭିନ୍ନ ଗ୍ରାମ ମାନଙ୍କରେ ଥିବା କୁମ୍ଭାକର ପରିବାରଙପକ୍ଷରୁ ଠାକୁରଙ୍କୁ ବେଶ ଜାକଯମକରେ ପୂଜା କରାଯାଇଥାଏ । ଏହି ଅବସରରେ ଠାକୁରଙ୍କ ପାଖରେ ସକାଳେ ବାଳଭୋଗ କରାଯିବା ସହ ଦ୍ୱିପହରରେ ଶଙ୍କୁଡି ଭୋଗ ସହିତ ବିଭିନ୍ନ ପିଠା ଭୋଗ କରାଯାଇଥାଏ । ସଂଧ୍ୟାରେ ପରିବାର ମହିଳା ମାନେ ଠାକୁରଙ୍କ ପାଖରେ ଧୂପ, ଦୀପ ଦେଇ ହୁଳହୁଳି ପକାଇ ପୂଜା ପାଠ କରିବା ବେଳେ ଅନେକ ଯାଗାରେ କୁରାଳ ପୁରାଣ ପାଠ କରାଯାଇଥ।।ଏ । ଏହି ଅବସରରେ କୁମ୍ଭାକର ପରିବାରର ଯୁବଗୋଷ୍ଠୀ ମାନେ ଠାକୁରଙ୍କପାଖରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥାନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୨/୨୦୨୪---୭,୧୦ Sakhigopal News, 7/12/2024