Breaking News

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା, ପିକଅପ୍ ଭ୍ୟାନ୍




ଭଂଜନଗର - ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା, ପିକଅପ୍ ଭ୍ୟାନ୍ । ତାରାସିଙ୍ଗି ଥାନା ଅନ୍ତର୍ଗତ ତିନିଛକିଆ ନିକଟରେ ଘଟିଛି, ଏଭଳି ଘଟଣା ।
 ଝାଡ଼ଖଣ୍ଡ ରୁ ଭଂଜନଗର ଅଭିମୁଖେ ଆସୁଥିଲା ସଂପୃକ୍ତ ଭ୍ୟାନ୍ । ରବିବାର ଭୋର ସମୟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଭ୍ୟାନ୍ ଟି, ଟମାଟୋ ବୋଝେଇ କରି ଭଂଜନଗର ଅଭିମୁଖେ ଆସୁଥିଲା  । ତେବେ ଭ୍ୟାନ୍ ଟି ତିନିଛକିଆ ନିକଟରେ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ପିଲର୍ ଦେହରେ ପିଟି ହୋଇଯିବାରୁ, ରାସ୍ତା କଡ଼ରେ ଓଲଟି ପଡିଥିଲା । ଘଟଣା ସ୍ଥଳରୁ ଡ୍ରାଇଭର ସୁରକ୍ଷିତ ଭାବେ ଉଧାର ପାଇଛି । ତେବେ ଏ ସଂକ୍ରାନ୍ତରେ ପୋଲିସ ଅନୁସନ୍ଧାନ କରୁଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୪---୯,୫୫ Sakhigopal,31/12/2024

Blog Archive

Popular Posts