Breaking News

ଗର୍ଜିଲା କଂଗ୍ରେସ - ଗୃହ ମନ୍ତ୍ରୀ ଓ ବାଲେଶ୍ଵର ସାଂସଦ ଙ୍କ କୁଶ ପୁତ୍ତଳିକା ଦାହ



ଭଞ୍ଜନଗର,---- ଦେଶର ପବିତ୍ର ଗୃହରେ ଖୋଦ୍ ଗୃହ ମନ୍ତ୍ରୀ ଯେଉଁଭଳି ଭାବରେ ସମ୍ବିଧାନ ପ୍ରଣେତା ବାବା ସେହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଅପମାନ ସୂଚକ ଅରୁଚି ମନ୍ତବ୍ୟ ପ୍ରଦାନ କଲେ ଏଥରୁ ବିଜେପି ର ଦଳିତ ବିରୋଧୀ ଅସଲ ମୁଖା ଖୋଲି ଯାଇଛି। ଏଣୁ ଗୃହ ମନ୍ତ୍ରୀ ଏଥିପାଇଁ ଦେଶବାସୀ ଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଉପରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦେଇଥିବା ମିଥ୍ୟା ମାମଲା ତୁରନ୍ତ ପ୍ରତ୍ୟାହାର କରନ୍ତୁ ଆଦି ଦାବିରେ ଜାତୀୟ କଂଗ୍ରେସ ପକ୍ଷରୁ ଭଞ୍ଜନଗର ଠାରେ ସୋମବାର ସଭା, ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ କରାଯାଇଛି।
    ସ୍ଥାନୀୟ କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ଷ୍ଟେଟବ୍ୟାଙ୍କ ଛକ ଠାରେ ଏକାଠି ହୋଇଥିଲେ। ସେଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ତଳେ ବିଜେପି ବିରୋଧୀ ନାରାବାଜି ଦେଇ ଗୃହ ମନ୍ତ୍ରୀ ଅମିତ ଶାହା ଓ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସେଠାରୁ ଶୋଭାଯାତ୍ରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଏଆଇକେଏମକେଏସ୍ ନେତା ନିରାକାର ନାୟକ ଓ ତାଙ୍କ ସମର୍ଥକ ମାନେ ମିଶି ବିଜେପି ଦେଶରେ ଜାଣିଶୁଣି ଅରାଜକତା ସୃଷ୍ଟି କରୁଛି ବୋଲି ଉଲ୍ଲେଖ କରିଥିଲେ। ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସଂପାଦକ ସୁକାନ୍ତ ଦିଗାଲ, ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, ସୋରଡା ରୁ ହରି କୃଷ୍ଣ ରଥ ପ୍ରମୁଖ ଉଦବୋଧନ ଦେଇଥିଲେ। ପରେ ଏକ ପ୍ରତନିଧି ମଣ୍ଡଳ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ଭେଟି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
    କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା କୁ ରଙ୍କ ଗୈାଡ, ଲୋକନାଥ ସେଠୀ, ବାଲ୍ୟ ବେହେରା ଓ ପ୍ରଫୁଲ୍ଲ ସ୍ବାଇଁ ପ୍ରମୁଖ ସଞ୍ଚାଳନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୩/୧୨/୨୦୨୪----୮,୨୫ Sakhigopal News,23/12/2024

Blog Archive

Popular Posts