Breaking News

ନୀଳାଚଳ କୃଷକ ମହାସଂଘ ପକ୍ଷରୁ କଳାଦିବସ ପାଳିତ

 


ସାକ୍ଷୀଗୋପାଳ,---- ନୀଳାଚଳ କୃଷକ ମହାସଂଘ ପକ୍ଷରୁ କଳାଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ପ୍ରକାଶ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସୁଚନାଯୋଗ୍ୟ ଯେ ୨୦୧୬ ମସିହା ଡିସେମ୍ବର ୨୮ ତାରିଖରେ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଚାଷୀ ମାନଙ୍କର ୯୦ଟି ଦାବୀ ପୁରଣ ନେଇ ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ତଥା ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ରାସ୍ତାରୋକ କରିଥିଲା । ମାତ୍ର ପୁରୀ ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କ ଉପରେ ଲାଠିଚାର୍ଯ୍ୟ କରିବା ସହ ୧୩ ଜଣ କୃଷକ ନେତାଙ୍କୁ ଗିରଫ କରି ଜେଲ ପଠାଇଥିଲା । ଏହି ଦିନକୁ ନୀଲାଚଳ କୃଷକ ମହାସଂଘ କଳାଦିବସ ଭାବେ ପାଳନ କରିବା ସହ ପ୍ରତିବାଦ ସଭା କରି ଆସୁଛି ।  ସର୍ବପ୍ରଥମେ ଲଘୁଚାପ ଜନିତ ବର୍ଷାରେ ନିଜ ଫସଲ କ୍ଷୟକ୍ଷତି ଦେଖି ସତ୍ôୟାଦୀ ବ୍ଳକର ଡୁଙ୍ଗର ଗ୍ରାମର ଚାଷୀ ପୂଣ୍‌ର୍ଣଚନ୍ଦ୍ର ଦଲେଇଙ୍କର ମୃତ୍ୟୁ , ନୀଲାଚଳ କୃଷକ ମହାସଂଘର ସ୍ଥାୟୀ ସଭାପତି ଗୋପିନାଥ ମିଶ୍ରଙ୍କ ମାତୃ ବିୟୋଗ, ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ପାଇଁ ଦୁଃଖ ପ୍ରକାଶ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୃତ୍ୟୁ ବରଣ କରିଥିବା ଚାଷୀ ଶ୍ରୀ ଦଲେଇଙ୍କ ପରିବାରକୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଦାବୀ କରାଯାଇଛି । । ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାରେ ପନିପରିବା, ସହ ଧାନ , ରବି ଜାତୀୟ ଫସଲ କ୍ଷତି ହୋଇଥବାରୁ ତୁରନ୍ତ ଜିଲ୍ଲାକୁ କ୍ଷତିଗସ୍ତ ଜିଲ୍ଲା ଭାବେ ଘୋଷଣା ଦାବି କରାଯାଇଛି । ୨୦୧୬ ଶିଖରୁ ଚାଷୀ ମାନଙ୍କର ସେହି ୯୦ ସମ୍ମଳିତ ଦାବୀ ପ୍ରତି ବିଜେପି ସରକାର ତୁରନ୍ତ ନର୍ଜର ଦେବାକୁ ଅନୁଷ୍ଠଇତ ପ୍ରତିବାଦ ସଭାରେ ଦାବୀ କରାଯାଇଛି ନଚେତ ନୀଳାଚଳ କୃଷକ ମହାସଂଘ ଜାତୀୟ ରାଜପଥ ଉପରକୁ ଓହ୍‌କାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି । ଉକ୍ତ ପ୍ରତିବାଦ ସଭାରେ ଉପଦେଷ୍ଠା ନିରଞ୍ଜନ ମହାପାତ୍ର, ଗୁଣନିଥି ସ୍ୱାଇଁ, ସମ୍ପାଦକବିପ୍ରବର ପାତ୍ର, ସତ୍ôୟାଦୀ ବ୍ଳକସଭାପତି ଶୁଶାନ୍ତ କୁମାର ଶତପଥି, ଭାଗୀରଥି ବରାଳ, ନାରାୟଣ ପ୍ରଧାନ, ରାମଚନ୍ଦ୍ର ଚୌଧୁରୀ, ଫଗୁଚରଣ ପରିଡା, ପ୍ରମୁଖ କୃଷକ ନେତା ମାନେ ଯୋଗଦେଇ ନିଜସ୍ୱ ମତ ପ୍ରକାଶ କରିଥିଷଲ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୪---୮,୪୫

Blog Archive

Popular Posts