ବୁଲା-ବ୍ୟବସାୟୀ କୁ ମାଡ଼ ମାରି ଟଙ୍କା ଲୁଟ୍ ଘଟଣାରେ, ୩ ଗିରଫ
ଭଂଜନଗର - ଜଣେ ବାହାର ରାଜ୍ୟର ବୁଲା ବ୍ୟବସାୟୀଙ୍କୁ ରାସ୍ତାରେ ମାଡମାରି ନଗଦ ଟଙ୍କା ଓ ମୋବାଇଲ ଛଡ଼ାଇ ନେଲେ ୫ ଦୁର୍ବୃତ୍ତ । ଏହି ଘଟଣା ରେ ସଂପୃକ୍ତ ୩ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅନ୍ୟ ୨ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଏମିତି ଏକ ଘଟଣା ଘଟିଛି, ଭଂଜନଗର ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡି ଗାଁ ନିକଟ ଉତ୍ତରପ୍ରଦେଶ ମୁରଦାବାଦର ସମୀର ହୁସେନ ନାମକ ଜଣେ ବୁଲା ବ୍ୟବସାୟୀ ନିଜ ମଟର ସାଇକେଲରେ ଲୁଗା ବିକ୍ରି କରିବାକୁ ଯାଉଥିଲେ । ଗୋହିରିବାଡ଼ି ଗ୍ରାମରୁ ଗୁଣ୍ଡୁରିବାଡ଼ି ଆଡ଼କୁ ଯାଉଥିବା ବେଳେ ବାଉଁଶକଟା ଜଙ୍ଗଲ ରାସ୍ତା ନିକଟରେ ୫ ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ମୁଥ ଗୋଇଠା ମାରିବା ସହ ତା ଠାରୁ ଗୋଟିଏ ମୋବାଇଲ, ନଗଦ ୬ ହଜାର ଟଙ୍କା ଛଡ଼ାଇ ନେଇ ଗୋହିରିବାଡି ଆଡ଼କୁ ଚାଲିଯାଇଥିଲେ। ଏହି ସମୟରେ ସମୀର ହୁସେନ ପାଟି କରି ପିଛା କରିଥିଲେ । ତା ପାଟି ଶୁଣି ସେହି ଗ୍ରାମ ଲୋକ ମାନେ ସେଥି ମଧ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଅନ୍ୟ ଦୁଇ ଯୁବକ ଘଟଣା ସ୍ଥଳରୁ ଦୃତଗତିରେ ଚାଲିଯାଇଥିଲେ । ଦ୍ରୁତ ଗତିରେ ଯିବା ସମୟରେ ଏକ ହମ୍ପସ ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ । ସେଠାରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ସମୀର ହୁସେନ ର ଲିଖିତ ଅଭିଯୋଗ ପ୍ରକାରେ ଭଂଜନଗର ଥାନା କେସ ନମ୍ବର ୧୨୬୨/୨୦୨୪ ରେ ଏକ ମାମଲା ରୁଜୁ କରି , ଅଭିଯୁକ୍ତ ସମୀର ନାୟକ(୨୨), ଶମ୍ଭୁ ନାୟକ (୨୦) ଏବଂ ବିଷ୍ଣୁ ନାୟକ (୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଅଭିଯୁକ୍ତ ବିଞ୍ଜଗିରି ଗ୍ରାମର । ଏହି ମାମଲାରେ ୩ ଟି ମଟରସାଇକେଲ ଓ ଦୁଇଟି ମୋବାଇଲ ଜବତ କରାଯାଇଥିବା ନେଇ, ଥାନାଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୪---୯,୫୫ Sakhigopal News,31/12/2024