Breaking News

ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ରେଡ ଡ୍ରପ ମାରାଥନ ଉଦଘାଟିତ




ବରଗଡ ---ବରଗଡ ଜିଲ୍ଲା 
ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏକ ନିଆରା କାର୍ଯ୍ୟକ୍ରମ ରେଡ ଡ୍ରପ ମାରାଥନ  ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ସମ୍ମାନୀତ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ନିରୂପମା ଷଡ଼ଙ୍ଗୀ, ରକ୍ତ ଭଣ୍ଡାର ଅଧିକାରୀ ଡାଃ ସୁଶାନ୍ତ କୁମାର କର, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀମାନ ଅଶ୍ୱିନୀ ତ୍ରିପାଠୀ, ସଭାପତି ରକ୍ଷାପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, ମଞ୍ଚାସୀନ ଥିଲେ। ଅତିଥି ମାନଙ୍କ ଦ୍ୱାରା ରେଡ ଡ୍ରପ ମାରାଥନ ର ନୂତନ ଲଗୋ  ଉନ୍ମୋଚନ କରଯାଇଥିଲା। ଓଡିଶା ରେ ପ୍ରଥମ ଥର ଦୀର୍ଘ ୩୩ଦିନ ଧରି ପ୍ରତ୍ୟେକ ଦିନ ଜିଲ୍ଲା ବ୍ୟାପି ହେଉଥିବା ଏକ ଅଭିନବ କାର୍ଯକ୍ରମ କୁ ଅତିଥି ମାନେ ପ୍ରଶଂସା କରିବା ସହ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ରେ ଦୀର୍ଘ ଆଠ ଦିନ ଧରି ହେବାକୁ ଥିବା ରକ୍ତ ଦାନ ଶିବିର ହେବା ମଧ୍ୟ ଏକ ଅନନ୍ୟ ପ୍ରାୟାସ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ସୁଦୂର ମୁମ୍ବାଇ ର ଡାକ୍ତର ବିନୟ ସେଠୀ ଙ୍କ ଫାଉଣ୍ଡେସନ ର ଉପ ସଭାପତି ଓ ଡାକ୍ତର ନରେଶ ସାହୁ ଓଡିଶା ରକ୍ତ ଦାତା ସଙ୍ଘ ର ସଭାପତି ଭର୍ଚୁଆଲ ମାଧ୍ୟମ ରେ ନିଜର ବାର୍ତ୍ତା ରଖିଥିଲେ। ନିଷ୍ଠା ପରିବାର ର ଉପ ସଭାପତି ଶ୍ରୀ ମଦନ ମୋହନ ଦାଶ ସଭା ର ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ସଚି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଉପଦେଷ୍ଟା ଆଶିଷ କର,ଜିତୁ ମହାପାତ୍ର,ବିଦ୍ୟାଧର ଭୋଇ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,କ୍ଷିରୋଦ୍ର ସାହୁ, ସଙ୍କେତ ଆଠଘରା ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୨/୨୦୨୪----୯,୩୫ Sakhigopal News,27/12/2024




Blog Archive

Popular Posts