ସତ୍ୟବାଦୀ ମହୋତ୍ସବ ପାଇଁ ନୂତନ କମିଟି ଗଠନ ; ମହୋତ୍ସବ ମହୋତ୍ସବରେ ମୁଖ୍ୟ ଆକର୍ଷଣ ସାଜିବ ପଞ୍ଚସଖାଙ୍କ ଜ୍ୟୋତିଯାତ୍ରା
ସାକ୍ଷୀଗୋପାଳ, --- ସତ୍ୟବାଦୀରେ ଅଳାଁନବମୀ ଯାତ୍ରା ପରେ ସତ୍ୟବାଦୀ ମହୋତ୍ସବ ଅନ୍ୟତମ ଏକ ଭାଇଚାରରାର ମହୋତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମହୋତ୍ସବକୁ ଜିଲ୍ଲା ପ୍ରଶାସନଠାରୁ ବ୍ଳକ ପ୍ରଶାସନ ଓ ସତ୍ୟବାଦୀ ର ଜନସାଧାରଣଙ୍କ ପକ୍ଷରୁ ବିପୁଳ ଭାବେ ସମର୍ଥନ ମିଳିଥାଏ ।ଏ ବର୍ଷ ମହୋତ୍ସବ ଫେବୃୟାରୀ ମାସ ୧୪,୧୫ ଓ ୧୬ ତାରିଖ ିୀଦୀସୀଦ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠନ କରାଯାଇଛି । ଏହି କମିଟିରେ ସଭାପତି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ରହିଥିବା ବେଳେ ଉପସଭାପତି ଭାବେ ଭବନୀଶଙ୍କର ନନ୍ଦ ରହିଛନ୍ତି । ସମ୍ପାଦକ ଦୀପକ ଶତପଥୀ, କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ନାୟକ, ସାସ୍କୃତିକ ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଠିଆ, ସଂଯୋଜକ ଭାବେ ଜାନକୀ ବଲ୍ଲଭ ବରାଳଙ୍କୁ ମନୋନୀତ କରାଯାଇଛି । ଏବର୍ଷ ଅନ୍ୟ ବର୍ଷ ଅପେକ୍ଷା ପ୍ରଥମ ଦିନରେ ପଞ୍ଚସଖାଙ୍କ ଜ୍ୟେତିଯାତ୍ରା ମୁଖ୍ୟ ଆକର୍ଷଣ ସାଜିବ ବୋଲି ସତ୍ୟବାଦୀ ବିଧାୟକ ୍୍ତଥା ସତ୍ୟବାଦୀ ମହୋତ୍ସବର ନୂତନ ସଭାପତି ଓମ ପ୍ରକାଶ ମିଶଙ୍କ ଠାରୁ ସୁଚନା ମିଳିଛି । ସେହିପରି ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାର ମାନେ ଏହି ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ଶତପଥିଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜନ କୁମାର ବରାଳ, ପ୍ରଦୁନ ଶତପଥି, ଶତର ମହାପାତ୍ର, ପୁଣ୍ୟ୍ୟଶ୍କୋକ ସ୍ୱାଇଁ, ରବି ପ୍ରଧାନ, ପ୍ରାଚୁର୍ଯ୍ୟ ହୋତା, ବସନ୍ତ ରାଉତରାୟ, ତ୍ରିଲୋଚନ ରଥ, ଦେବକିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୨୪---୭,୧୦ Sakhigopal News, 19/12/2024