Breaking News

ସତ୍ୟବାଦୀ ପୋଲିସ ୧୧ ଗ୍ରାମ ଧଳା ଜହର ଜବତ କରିବାରେ ସଫଳ ; ଜଣେ ଗିରଫ

  


ସାକ୍ଷୀଗୋପାଳ,--- ସତ୍ୟବାଦୀ ଥାନା ନିକଟସ୍ଥ ଓଭରବ୍ରିଜ ନିକଟସ୍ଥ ରୋଡରେ ଚଡାଉ କରିବା ସମୟରେ ସେଠାରେ ସନ୍ଦେହ ଜନକ ଭାବେ ବୁଲୁଥିବା ଅଜୟ ପାଣି ଓରଫଯଦୁଙ୍କଠାରୁ ୧୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ସତ୍ôୟାଦୀ ପୋଲିସ । ତାଙ୍କ ଘର ସାନକାଞ୍ଜିଆ ବୋଲି ଜଣାପଡିଛି । ଯଦୁଙ୍କ ଠାରୁ  ନଗଦ ୧୦୨୦ଟଙ୍କା ପୋଲିସ ଜବତ କରିଛି । ମାଜିଷ୍ଟେଟଙ୍କ ଉପସ୍ଥିତିରେ ତଳାସି ସମୟରେ ୧୧ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ମୂଲ୍ୟ ପ୍ରାୟ ୧ଲକ୍ଷ ୧୦ ହଜାର ଟଙ୍କା ହେବତା ସହିତ ୧୦୨୦ ଟଙ୍କା ସହିତ ପୁଡିଆ ତିଆରି  କରିବା ପାଇଁ ବ୍ୟବହାର ସମାଗ୍ରୀ ପୋଲିସ ଜବତ କରିଛି । ଯଦୁଙ୍କ ବିରୁଦ୍ଧରେ ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ରୁଜ କରି କୋର୍ଟ ଚାଲାଣ କରାଯାଇଥିବା ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୪---୭.୧0 Sakhigopal News, 25/12/2024

Blog Archive

Popular Posts