Breaking News

ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ବାଣପୁର ଗହିର କ୍ଷେତ୍ର ପରିଦର୍ଶନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ




 ସାକ୍ଷୀଗୋପାଳ,--- ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବିଭିନ୍ନ ପଞ୍ଚାୟତର ଧାନ ଚାଷ ଉଜୁଡି ଯାଇଛି । ମାତ୍ର ରାଜ୍ୟ ସରକାର ଏହାକୁ ସଠିକ ତଦନ୍ତ ନ କରି ଉପର ଠାଉରିଆ ଭାବେ ନେଉଛନ୍ତି । ଏହାକୁ ନଜର କରି ବିରୋଧୀ ଦଳର ନେତା ତଥା ଜନ ମାନସର ନେତା ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ବାଣପୁର ଗ୍ରାମ ଗହିର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଯାହାକି ଲୋକମାନେ ନବୀନ ପଟ୍ଟନାୟକଙ୍କୁ ହୁଳହୁଳି, ହରିବୋଲି ପକାଇ ସ୍ପାଗତ କରିବା ସହ ଆଖିରେ ଲୁହ ଝରାଇଥିଲେ । ଜଣେ ସାଧା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଆମେ ହରାଇ ବା ପରେ ବି ସେ ଆଜି ଆମ ମାନଙ୍କର ଦୁଃଖରେ ଦୁଖଇ ହେବା ପାଇଁ ଛୁଟି ଆସିଛନ୍ତି । ମାତ୍ର ଆମେ ଯାହାକୁ ଭୋଟ ଦେଇ ଗାଦିରେ ବସାଇଲୁ ସେ ଆଜି ପର୍ଯ୍ୟନ୍ତ ଆସିଲେ ନାହିଁ । ସେମାନେ ଚାଷୀ ଙ୍କ ପାଇଁ ଉପରେ କାନ୍ଦୁଛନ୍ତି ମାତ୍ର ସେମାନଙ୍କର ମିଛୁ କଥା ଏବେ ପଦାରେ ପଡିଯାଇଛି ବୋଲି ଜଣାପଡିଛି ବୋଲି ଲୋକମାନେ କହିଲେଣି । ଏହି ପରିଦର୍ଶନ ସମୟରେ ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସମାନ୍ତରାୟ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାଶ ବର୍ମା, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହରାଥି, ପୁରୀର ବିଧାୟକ ସୁନିଲ କୁମାର ମହାନ୍ତି, କାକଟପୁରର ବିଧାୟକ ତୁଷାର କାନ୍ତି ବେହେରା, ରାଜ୍ୟ ସଭା ସାଂସଦ ସୁବାଷିତ ଖୁଣ୍ଠିଆ, ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ,  ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଦୁନିଲ କୁମାର ପଣ୍ଡା, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ଶୁକଳ ସମିତିସଭ୍ୟ ବସନ୍ତ ବିଶ୍ୱାଳ, ପିପିଲି ବ୍ଳକର ସମିତିସଭ୍ୟ ଧରଣୀ ଧର ସାହୁ,  ପୂର୍ବତନ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ଦେବନ୍ଦ୍ରେ ମହାପାତ୍ର, ପ୍ରକାଶ ଖଟେଇ, ଜଳନ୍ଦର ସେଠୀ, ସୁବାଷ ପ୍ରଧାନ, ଶରତ ରାଉତରାୟଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟସଭ୍ୟା ଓ ବିଜୁପ୍ରେମି ଯୋଗ ଦେଇଥିଲେ । ସେହିପରି ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପ୍ରାଣିଗ୍ରାହୀ, ବିଡିଓ ଲିପିସା ରାୟ, ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ପରିଡା, ସତ୍ୟବାଦୀ କ୍ଳକ କୃଷି ଅଧିକାରିଣୀ ସୁଦେଶ୍ନା ପରିଡାଙ୍କ ସହିତ ଏସଡିପିଓ ବିରଞ୍ଜି ନାରାୟଣ ପତି ଓ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଉପସ୍ଥିତ ରହିଥିଲେ । ଚାଷୀ ମାନେ ନବୀନ ପଟ୍ଟନାକୟଙ୍କୁ ସେମାନଙ୍କର ଦୁଃଖ ଜଣାଇବା ସହ କ୍ଷତିପୁରଣ କଥା କହିଲେ । ଏହି ସମୟରେ କିଛି ଚାଷୀ ମାନେ କାନ୍ଦି ପକାଇଥବାର ଦେଖାଯାଇଥିଲା । ଚାଷୀ ଗୋବିନ୍ଦ ଚନ୍ଦ୍ର ନାଥ, ଭାଗା ବିଶ୍ୱାଳ, ବାମଦେବ ସେନାପତି, କାଳିଆ ସେନାପତି, ସୋମୋଇ ପ୍ରଧାନ, ବ୍ରଜ କୁମାର ସାହୁ, ଚକ୍ରଧାନର ପ୍ରଧାନ, ସୁଦର୍ଶନ ବେହେରା, ଦ୍ୱତି ମଲିକ ଶୁକଳ, ଆଳିସ ଗ୍ରାମର ଚାଷୀ ମାନଙ୍କର ଅଧିକ କ୍ଷତି ହୋଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୪---୮,୧୫   Sakhigopal News, 31/12/2024

Blog Archive

Popular Posts