Breaking News

ମହାନତା ଦେଖାଇଲେ "ବିପଦର ବନ୍ଧୁ" ସଂଗଠନ ର ସଦସ୍ୟ



ଭଞ୍ଜନଗର---ସମାଜରେ ଗରିବ ଓ ଅସହାୟ ଲୋକଙ୍କ ନିମନ୍ତେ ଅହରହ କାର୍ଯ୍ୟ କରି ଆସୁଛି ସ୍ବେଛାସେବୀ ସଙ୍ଗଠନ ବିପଦର ବନ୍ଧୁ ।ଏହି ସଙ୍ଗଠନ ପକ୍ଷରୁ ଭଞ୍ଜନଗର ଶାଖାର ସଦସ୍ୟ ମାନେ ସଦା ସର୍ବଦା ମାନସିକ ବିକାରଗ୍ରସ୍ତ ଓ ଅସହାୟ ଙ୍କ ସେବା କରି ଆସିଛନ୍ତି। ସେହିପରି ଜଣେ ଅସହାୟ ବ୍ୟକ୍ତିଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି।ସେହି ମୃତ ଦେହକୁ ସତ୍କାର କରି ସମାଜରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ  ।ଭଞ୍ଜନଗର ବ୍ଳକ ଗୋଲାପଡା ପଞ୍ଚାୟତ ନାରାୟଣ ପାଟଣା ଗ୍ରାମର ବିନୋଦ ପାଢ଼ୀ ବୟସ(୪୫)। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବିପଦର ବନ୍ଧୁ ଅନୁଷ୍ଠାନ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିଲା। ଆଜି ସକାଳ ସେ ଭଞ୍ଜନଗର ବସଷ୍ଟାଣ୍ଡ ରେ ପଡି ମୃତ୍ୟୁବରଣ କରିଛନ୍ତି। ଖବର ପାଇଁ ସଂଘର ସଦସ୍ୟ ମାନେ ଏସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ମୃତ ବିନୋଦଙ୍କ ମାଆ ଓ ଭଉଣୀ ସୁରଥରେ ରହୁଥିବା ବେଳେ ସେମାନଙ୍କ ଅନୁମତି ଓ ଗ୍ରାମବାସୀଙ୍କ ସହଯୋଗରେ ମୃତ ଶରୀରକୁ ଏହି ଅନୁଷ୍ଠାନ ସଦସ୍ୟ ମାନେ ଗ୍ରାମ ସ୍ମଶାନରେ ସତ୍କାର କରିଥିଲେ। ଅନୁଷ୍ଠାନର ଏହିଭଳି ସମାଜ ଉପଯୋଗୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୨/୨୦୨୪---୮,୦୦ Sakhigopal News,7/2024

Blog Archive

Popular Posts