Breaking News

ବରଗଡ ଜିଲ୍ଲା ନିଷ୍ଠା ପରିବାର ତିନି ଅସହାୟ ରୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେଲା


ବରଗଡ଼ --- ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ର ଅଙ୍କୁଶ ଜଗଦଲା ବୟସ ମାତ୍ର ୧୭ବର୍ଷ ବାପା ନାରାୟଣ ଜଗଦଲା । ଅଙ୍କୁଶ +2 ରେ ପାଠ ପଢନ୍ତି।ଦିପାବଳୀ ଦିନ ଫଟକା ରେ ତାଙ୍କ ହାତ ରେ ଗୁରୁତର ର ଆଘାତ ହୋଇ ଥିଲା ବର୍ତ୍ତମାନ ସେ ରାୟପୁର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧିନ ଅଛନ୍ତି। ଅତ୍ୟନ୍ତ ଗରୀବ ହୋଇଥିବା ରୁ ଆର୍ଥିକ ସ୍ଥିତି ବହୁତ ଖରାପ ଥିବା ଖବର ପାଇଥିଲା ନିଷ୍ଠା ପରିବାର।ସେହିପରି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଥୁଆପାଲି ଗ୍ରାମ ର ଶୁକ୍ରୁ ଭୁଏ ପତ୍ନୀ ଭାନୁମତୀ ଭୁଏ। ଶୁକ୍ରୁ ଭୁଏ ପେଶା ରେ ଖବର କାଗଜ ବିତରକ । ଗୋଟିଏ ଦୁର୍ଘଟଣା ରେ ଆଘାତ ହୋଇ ବର୍ତ୍ତମାନ ସେ ବୁର୍ଲା ହସ୍ପିଟାଲ ରେ ଚିକିତ୍ସାଧିନ ଅଛନ୍ତି। ତାଙ୍କୁ କିଛି ଆର୍ଥିକ ସହଯୋଗ ପାଇଁ ତାଙ୍କ ପତ୍ନୀ ଓ ପରିବାର ବର୍ଗ ଅନୁରୋଧ କରିଥିଲେ। ନିଷ୍ଠା ପରିବାର ଠିକ ସେହିପରି ସୋହେଲା ବ୍ଲକ ଅନ୍ତର୍ଗତ ସୋହେଲା ଗ୍ରାମ ର ପ୍ରଦ୍ୟୁମ୍ନ ସାହୁ (ପପ୍ପୁ) ଏକ ଦୁର୍ଘଟଣା ରେ ଆଘାତ ହୋଇ ଅନେକ ଖର୍ଚ୍ଚାନ୍ତ ହେବା ପରେ ବର୍ତ୍ତମାନ ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। ବର୍ତ୍ତମାନ ସେ ଘରେ ଅଛନ୍ତି। ତାଙ୍କ ବାପା ବସନ୍ତ କୁମାର ସାହୁ ଆର୍ଥିକ ସହଯୋଗ ପାଇଁ ନିଷ୍ଠା ପରିବାର କୁ ଅନୁରୋଧ କରିଥିଲେ। ଗତ ନଭେମ୍ବର ୨୯ତାରିଖ ବରଗଡ଼ ପୁସ୍ତକ ମେଳାରେ 
ସମ୍ବର୍ଦ୍ଧିତ ହୋଇଥିବା "ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ"ରୁ ପାଇଥିବା ନଗଦ ପାଞ୍ଚ ହଜାର ସହାୟତା ରାଶି ସହ ଆଉ ଦଶ ହଜାର ମିଶାଇ ସର୍ବମୋଟ ୧୫୦୦୦/- (ପନ୍ଦର ହଜାର) ଟଙ୍କା କୁ ତିନି ଅସହାୟ ରୋଗୀ ଙ୍କୁ ୫୦୦୦/- (ପାଞ୍ଚ ହଜାର) ଟଙ୍କା ଲେଖାଏ ଫୋନ ପେ ମାଧ୍ୟମ ରେ ନିଷ୍ଠା ପରିବାର ତରଫ ରୁ ପ୍ରଦାନ କରାଯାଇଛି। ସମସ୍ତେ ଆଶୁ ଆରୋଗ୍ୟ କାମନା କରି ଶୀଘ୍ର ସୁସ୍ଥ ହୁଅନ୍ତୁ, ଏହା ହିଁ ମା ସମଲେଶ୍ଵରୀ ଙ୍କ ଠାରେ ନିଷ୍ଠା ପରିବାର ର ପ୍ରାର୍ଥନା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୨/୨୦୨୪---୭,୨୦ Sakhigopal News,12/12/2024

Blog Archive

Popular Posts