Breaking News

ସତ୍ୟବାଦୀ ଗୁରୁକୂଳ ସ୍କଲାର୍ସ ବିଦ୍ୟାଳୟ ର ଷଷ୍ଠ ବାର୍ଷିକ ଉତ୍ସବ


 
ସାକ୍ଷୀଗୋପାଳ, ----  ସତ୍ୟବାଦୀ ଗୁରୁକୂଳ ସ୍କଲାର୍ସ ବିଦ୍ୟାଳୟ ର ଷଷ୍ଠ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ବହୁ ଶିଘ୍ର ଐତିହାସିକ ବକୁଳ ବନ, ବନ ବିଦ୍ୟାଳୟ ର ହଜିଲା ସ୍ମୃତି ଫେରିଆସିବ ।  ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳ, ଚନ୍ଦନ ପୋଖରୀ କୁ ଆକର୍ଷଣୀୟ କରିବା ନିମନ୍ତେ ଶହେକୋଟି ଟଙ୍କା ଅନୁଦାନ ମଞ୍ଜୁର କରିବାକୁ ପ୍ରସ୍ତାବ ରହିଛି ବୋଲି ବିଧାୟକ ଶ୍ରୀମିଶ୍ର କହିଛନ୍ତି।  ସମ୍ମାନିତ ଅତିଥି ଭାବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସବୁବେଳେ ଆଗକୁ ଯିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ପ୍ରଫେସର ପୂର୍ଣ୍ଣେନ୍ଦୁ ଦାଶ ଛାତ୍ରୀଛାତ୍ର ମାନେ ଗୁଣାତ୍ମକ ଶିକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେବା ସହିତ ପଞ୍ଚସଖା  ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଅଧ୍ୟକ୍ଷା ଶଶ୍ମିତା ମିଶ୍ର ବିବରଣୀ ପାଠକରି ବିଦ୍ୟାଳୟ ର ଅଭାବ ଅସୁବିଧା ସମ୍ପର୍କରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆଇନଜୀବୀ ଅଞ୍ଜନ ହୋତା। ବିଦ୍ୟାଳୟ ର ଛାତ୍ରୀଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୨/୨୦୨୪----୮,୩୫  Sakhigopal News,16/12/2024

Blog Archive

Popular Posts