Breaking News

କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଶିକ୍ଷକ ସଙ୍ଘ ର ଦାବୀ ପତ୍ର ପ୍ରଦାନ


ଭଞ୍ଜନଗର,-- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଞ୍ଜନଗର ଗ୍ରସ୍ତ ବେଳେ ଅଞ୍ଚଳ ର ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ  ଦାବିପତ୍ର ପ୍ରଦାନ କରାଯାଇଛି। ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ, ଭଞ୍ଜନଗର ବିକାଶ ପରିଷଦ, ସ୍ଥାନୀୟ ଓକିଲ ସଂଘ, ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ପତ୍ର ପ୍ରଦାନ କରାଯାଇଛି। 
କେନ୍ଦ୍ର ଶିକ୍ଷାମନ୍ତ୍ରୀ ବାଇକ ଶୋଭା ଯାତ୍ରାରେ ଗାଙ୍ଗପୁରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଶରତ ଚଦ୍ର ପଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚି ବିଦ୍ୟାଳୟ ର କନଫେରନସ୍ ହଲ ଉଦଘାଟନ କରିଥିଲେ l ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ  ସମେତ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହ ଗଂଜାମ  ଜିଲ୍ଲାର ପ୍ରାୟ ସମସ୍ତ  ବିଧାୟକ, ଆସିକା ସାଂସଦ,ଗଂଜାମ ଜିଲା ଶିକ୍ଷାଧିକାରୀ ଙ୍କ ଉପସ୍ଥିତି ରେ ରାଜ୍ୟ ୧୬୯ ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ସଂଘର ସଭାପତି ସୁଦୀପ୍ତ କୁମାର ପଟ୍ଟନାୟକ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଶିକ୍ଷକଙ୍କ ଚାକିରୀ ସର୍ତ୍ତାବଳୀ, ପେନସନ, ଅବସର ନେଇଥିବା ଶିକ୍ଷକ କର୍ମଚାରୀଙ୍କ ପେନସନ, ବିଦ୍ୟାଳୟରେ ଖାଲିପଡ଼ିଥିବା  ପଦବୀ ପୂରଣ ଓ ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ରାଣ୍ଡିବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ମହାରଣା ଙ୍କ ସମେତ ବହୁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୨/୨୦୨୪----୮,୪୫ Sakhigopal News,27/12/2024

Blog Archive

Popular Posts