Breaking News

ବଳଙ୍ଗା ଜଳସେଚନ ବିଭାଗ ସତ୍ୟବାଦୀ ପ୍ରତି ଅଣଦେଖା; ବିଦ୍ଯାଧରପୁର ଠାରୁ ବଳଙ୍ଗା କେନାଲବନ୍ଧ ରାସ୍ତା ମରଣଯନ୍ତା




    ସାକ୍ଷୀଗୋପାଳ,---- ପୁରୀଜିଲା ବଳଙ୍ଗା ଠାରୁ ଗବକୁଣ୍ଡ ପର୍ଯ୍ୟନ୍ତ କେନାଲବନ୍ଧ ରାସ୍ତାଟି ବ୍ଯସ୍ତ ବହୁଳ ରାସ୍ତା ଭାବେ ପରିଚିତ  । ଏହି ରାସ୍ତା ଟି ମୁଖ୍ୟ ରାସ୍ତା ଭାବେ ଜଣାଶୁଣା। ରକ୍ଷଣାବେକ୍ଷଣ  ତଥା ମରାମତି କରାନଯିବାରୁ ଏହି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି  । ବଳଙ୍ଗା ଜଳସଂପଦ ବିଭାଗ ଅଧୀନରେ ଏହି କେନାଲବନ୍ଧଟି ରହିଛି  । ଏହି ରାସ୍ତା ଦେଇ ସବୁଦିନ ଟ୍ରକ, ଲକ୍ଷ୍ମିବସ, କାର, ଅଟୋ ଓ ଟ୍ରାକ୍ଟର ଯିବାଆସିବା କରୁଥିବା ବେଳେ ଶହଶହ ମଟରସାଇକେଲ ଯାତାୟାତ କରିଥାଏ  । କଲେଜ, ସ୍କୁଲ ଛାତ୍ରଛାତ୍ରୀ ମାନେ ଏହି ରାସ୍ତାରେ ସାକ୍ଷୀଗୋପାଳ କଲେଜ ଓ ବଳଙ୍ଗା କଲେଜକୁ ନିତିଦିନ ଯାଇଥାନ୍ତି। ଖାଲଖମାରେ ବାଇକ ଓ ସାଇକେଲ ଆରୋହୀ ପଡି ଖଣ୍ଡିଆଖାବରା ହେଉଛନ୍ତି। ଦୀର୍ଘଦିନ ଧରି ଉକ୍ତ ରାସ୍ତାକୁ ମରାମତି କରାଯିବା ପାଇଁ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ଯ ଏଥିପ୍ରତି କେହି ନଜର ଦେଉନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି  । ସୁଆଣ୍ଡୋ ପୋଲ ଠାରୁ ବିଦ୍ଯାଧରପୁର ପର୍ଯ୍ୟନ୍ତ ଦେଢ କିମି ରାସ୍ତା ପୁର୍ତ୍ତବିଭାଗ ପକ୍ଷରୁ ନୂତନଭାବେ ନିର୍ମାଣ କରାଯାଇଛି  । ସୁଆଣ୍ଡୋ ଠାରୁ ଗବକୁଣ୍ଡ ରାସ୍ତା ମଧ୍ଯ ଗମନାଗମନ ଅନୁପଯୋଗୀ ହୋଇ ପଡିଛି  । ଉକ୍ତ କେନାଲ ବନ୍ଧ ରାସ୍ତା ସତ୍ଯବାଦୀ ଓ ନିମାପଡ଼ା ଦୁଇଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଥିବା ଦ୍ରୁଷ୍ଟିରୁ ରାଜନେତା ମାନେ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି   । ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ନିମାପଡା ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ଚନ୍ଦନପୁର ଶାଖା କେନାଲବନ୍ଧ ରାସ୍ତାକୁ ବଳଙ୍ଗା ଠାରୁ ବିଦ୍ଯାଧରପୁର ଓ ସୁଆଣ୍ଡୋ ଠାରୁ ଗବକୁଣ୍ଡ ପର୍ଯ୍ୟନ୍ତ   ନୂତନଭାବେ ପ୍ରଶସ୍ଥ କରି ନିର୍ମାଣ କରିବାକୁ  ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ ରାୟ ଖଣ୍ଡି, ପରଜାପଡା, ବିଦ୍ଯାଧରପୁର, ବଳରାମପୁଗଡ, କେତକିପାଟଣା ଓ ମହୁରା ଆଦି ୧୫ଟି ପଞ୍ଚାୟତ ର ୭୫ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି  । ଏହି ରାସ୍ତା ପ୍ରତି ବଳଙ୍ଗା ଜଳସଂପଦ ବିଭାଗ ଅଣଦେଖା କରିଆସିଛନ୍ତି। ବିଜେଡି ସରକାରଙ୍କ ସମୟରେ ତୁରନ୍ତ କାମ କରାଯିବାପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଯୋଗୁ କାମ ହୋଇ ପାରିନାହିଁ। ବିଭାଗୀୟ ଅଧିକାରୀ ଏଠାରେ ଅନେକ ଦିନ ରହିବାରୁ ତାଙ୍କ ମନଇଛା କାମ କରୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହନ୍ତି। ତୁରନ୍ତ ପୁରୀ ଜିଲ୍ଲାପାଳ ଉକ୍ତ କେନାଲ ବନ୍ଧ ପ୍ରତି ନଜର ଦେବା ସହ ଉକ୍ତ ଅଧିକାରୀଙ୍କୁ ଏଠାରୁ ବଦଳି କରିବାକୁ ଦାବି ହେଉଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୧୨/୨୦୨୪_---୮,୩୫ Sakhigopal News,25/12/2024

Blog Archive

Popular Posts