Breaking News

ସୋରିଷମୁଳିରେ ପାଣି ପଞ୍ଚାୟତ ପକ୍ଷ ପାଳିତ




ଭଞ୍ଜନଗର--ଜଳ ସଂପଦ ବିଭାଗ ପକ୍ଷରୁ  ଭଞ୍ଜନଗର ଜଳସେଚନ ବିଭାଜନ ଅଧିନ ସୋରିଷମୂଳୀ ବ୍ୟାରେଜ୍ ନିକଟରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି।ଏହା ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକ୍ଷଣ ଯନ୍ତ୍ରୀ ଇଂ.ରବିନ୍ଦ୍ରନାଥ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ଯୋଜନା ବାବଦରେ କହିଥିଲେ।ଏହା ସହ ଭଞ୍ଜନଗର ଉପଖଣ୍ଡ ଅଧିନ ସମସ୍ତ ବ୍ଲକର ଚାଷ ଜମି ଆଗାମୀ ଦିନରେ କିଭଳି ଜଳସେଚିତ ହୋଇ ପାରିବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହିଥିଲେ। ମେଗା ଜଳସେଚିତ ପ୍ରକଲ୍ପ ଗୁଡିକୁ ସଜଡାଯିବ।ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇ ସବୁ ଜମିକୁ ଜଳସେଚିତ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ସରକାରଙ୍କ ବହୁ ଜନହିତକର ଯୋଜନା ସହ ଚାଷୀଙ୍କ ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ସୋରଡା ବିଧାୟକ ନିଳମଣୀ ବିଷୋୟୀ କହିଥିଲେ।ବିଭିନ୍ନ ସମସ୍ୟା ବାବଦରେ ଇଂ ଶ୍ରୀ ସେଠି ଦୁଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଅନିତା ମହାପାତ୍ର ,ବାଘୁଆ ପାଣି ପଞ୍ଚାୟତ ସଭାପତି ଜିଙ୍ଗଧର ନିୟକ ପ୍ରମୁଖ ମଞ୍ଚାସୀନ ଥିଲେ।ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଙ୍କ ସମେତ କୃଷି,ଉଦ୍ୟାନ କୃଷି,ମୃତିକା ସଂରକ୍ଷଣ ଓ ଜଳସଂପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୨/୨୦୨୪---୭,୩୫ Sakhigopal News,23/12/2024

Blog Archive

Popular Posts