Breaking News

ଟ୍ରାଫିକ ଓ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ



 ଭଞ୍ଜନଗର,:ସଂପ୍ରତି ରାଜ୍ୟ,ଦେଶ ଓ ବିଦେଶରେ ସାଇବର ଠକେଇ ଦୃତଗତିରେ ବୃଦ୍ଧି ପାଉଛି।ଆଖି ପିଛୁଳାକେ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ ହୋଇଯାଉଛି।କେତେ ଚେଷ୍ଟା କଲେ ମଧ୍ୟ ଏହି ଠକେଇରେ ଶିକାର ହୋଇଥିବା ଲୋକ ଟଙ୍କା ଫେରି ପାଇବା ଦୂରହ ବ୍ୟାପାର ହୋଇପଡୁଛି । ଏବେ ସାଇବର ଲୁଟେରା ମାନେ ନୂଆ ତରିକା ଆପଣାଇଲେଣି । 
   ଏସବୁକୁ ଦୃଷ୍ଟିରେ ରଖି ଭଞ୍ଜନଗର ଥାନା ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଥାନାଧିକାରୀ କୁମର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରୋବିସେନାରୀ ଆଇପିଏସ ମନିଷ୍ ସଗୁନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଠକେଇର ବିଭିନ୍ନ ତରିକା ସହ ଠକେଇ ରୁ କିଭଳି ବର୍ତ୍ତି ହେବ ସେ ନେଇ ଉପସ୍ଥିତ କଲେଜ ଛାତ୍ରଛାତ୍ରୀ,ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ସଚେତନ କରାଇଥିଲେ। ନିଜେ ସଚେତନ ହେଲେ ଠକେଇରୁ ବର୍ତ୍ତି ହେବ ବୋଲି ଆଇପିଏସ ସୁଶ୍ରୀ ସଗୁନ୍ କହିଥିଲେ।ସେହିପରି ସଡକ ସୁରକ୍ଷା ଓ ସାଇବର ଠକେଇ ବାବଦରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ନିଜର ମତ ରଖିଥିଲେ।ଆଜିକାଲି ର ଯୁବପିଢୀ ଓ କଲେଜ ଛାତ୍ରଛାତ୍ରୀ କିଭଳି ସଡକ ସୁରକ୍ଷା ନିୟମ ମାନି ଗାଡି ଚଳେଇବେ ସେ ବାବଦରେ ଏସଡିପିଓ ନାୟକ କହିଥିଲେ।ଏହା ସହ ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନତା ହେବାପାଇଁ ସମସ୍ତଙ୍କୁ କହିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୨/୨୦୨୪----୭,୩୫ Sakhigopal News,20/12/2024

Blog Archive

Popular Posts