ପଞ୍ଚାୟତ ପ୍ରତିନିଧି , ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କୁ ଏକଦିବସୀୟ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ, ---- ଜିଲ୍ଲାପରିଷଦ ପୁରୀଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ସାମାଜିକ ଭାବେ ସୁରକ୍ଷିତ ଥିବା ଗ୍ରାମ ପଞ୍ଚାୟତ ସମ୍ପର୍କିତ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ଆଶାଦିଦି ଓ ଅଙ୍ଗନୱାଡି ର୍କମୀ ଙ୍କ ସହିତ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନକରି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ବିଶେଷ କରି ଗ୍ରାମ୍ୟସଭାରେ ପଞ୍ଚାୟତର ଯେ କୌଣସି ସମ୍ପର୍କରେ ଖସଡା ପ୍ରସ୍ତୁତ କରି ଦେଇହେବ ଏବଂ ଏହାକୁ ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ସରକାର ମାନିବାକୁ ବାଧ୍ୟ ବୋଲି ମତ ପ୍ରକାଶ କରିଥିଲେ ଅଧ୍ୟକ୍ଷ ଶ୍ରୀ ପଣ୍ଡା । ଏପରିକି ଗ୍ରାମ୍ୟସଭାରେ ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ସ୍ୱାସ୍ଥ୍ୟ, ବ୍ୟାଙ୍କ, ଶିକ୍ଷା, କୃଷି, ଜଳସେଚନ, ଜଳସଂରକ୍ଷିତ ଏପରିକି ଗ୍ରାମବାସୀ ମାନେ ଯାହା ନିସ୍ପତି ନେବେ ତାହାକୁ ପଞ୍ଚାୟତ ମାନିବା ସହ ବ୍ଳକ ଓ ଜିଲ୍ଲା ମାନିବାକୁ ବାଧ୍ୟ । କାରଣ ପଞ୍ଚାୟତରମୁଖ୍ୟ ବା ସରପଞ୍ଚ ନିଜେ ଗ୍ରାମସଭା ଡାକି ପ୍ରକଳ୍ପ କରିବା ପାଇଁ ନିସ୍ପତି ନେଇଥିବାରୁ ତାହାକୁ ସମସ୍ତେ ମାନିବେ ବୋଲି ଶ୍ରୀ ପଣ୍ଡା କହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିପିଓ ସୌଭାଗ୍ୟ ରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀଲକ୍ଷ୍ମୀ ବେହେରା ଯୋଗ ଦେଇ ରାଜ୍ୟ ସରକାରଙ୍କ ଭର୍ତ୍ତା ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ବେହେରା, ଶୁକଳ ପଞ୍ଚାୟତର ସମିତିସଭ୍ୟ ବସନ୍ତ ବିଶ୍ୱାଳ, ପରଜପଡା ପଞ୍ଚାୟତର ସମିତିସଭ୍ୟ ରାମଚନ୍ଦ୍ର ମହାନ୍ତିଙ୍କ ପ୍ରମୁଖ ତାଲିମ ଶିବିରରେ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୨/୨୦୨୪----୭,୨୫ Sakhigopal News, 24/12/2024