ଥୁଆପାଲି ୧୭ତମ ଧନୁଯାତ୍ରା ମହୋତ୍ସବ ଆରମ୍ଭ;କଂସ ମହାରାଜାଙ୍କ ରାଜ ଦରବାର ଉଦଘାଟିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ୧୭ତମ ଧନୁଯାତ୍ରା ମହୋତ୍ସବ ସମିତି ୨୦୨୪ ର ଡିସେମ୍ବର ୧୪ ତାରିଖ ରୁ ୨୪ ପର୍ଯ୍ୟନ୍ତ କଂସ ମହାରାଜାଙ୍କ ରାଜ ଦରବାର ଉଦଘାଟିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ ଧନୁଯାତ୍ରା ମହୋତ୍ସବ ସମିତି ର ସଭାପତି ଅନିରୁଦ୍ଧ ସାହୁ ।ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ଵାଗତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭେଡେନ ଥାନାର ଆଇଆଇସି ପ୍ରେମଜିତ ଦାଶ, ସମ୍ମାନିତ ଅତିଥି ଭେଡେନ ଥାନା ସବ୍ ଇନ୍ସପେକ୍ଟର ଧନେଶ୍ୱର ସାହୁ, ଏଏସଆଇ ଜୀବନଲାଲ ସାହୁ। ମୁଖ୍ୟ ଅତିଥି ଶ୍ରୀ ଦାଶ ପୂଜାର୍ଚ୍ଚନା କରିବା ସହିତ ଫିତାକାଟି ଉଦଘାଟନ କରିଥିଲେ।ଏହି ଅବସରରେ ଅତିଥି ମାନଙ୍କୁ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଦାଶ ତାଙ୍କର ବକ୍ତବ୍ୟ ରେ ଥୁଆପାଲି ଧନୁଯାତ୍ରାର ଉତ୍ତୋରତର କାମନା କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ ଧନୁଯାତ୍ରା କୁ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରିବା ପାଇଁ ଆଖପାଖ ଅଂଚଳର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଧନୁଯାତ୍ରା ମହୋତ୍ସବ ର ଉପସଭାପତି ଜୀତେନ୍ଦ୍ର ପୋଢ, ସଂପାଦକ ତ୍ରିଦିପ ସାହୁ ଓ ଧନୁଯାତ୍ରା କମିଟି ର ସମସ୍ତ ସଦସ୍ୟ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ।ଏହାପରେ ମଥୁରାନଗରୀ ରେ କଂସ ମହାରାଜଙ୍କ ରାଜଦରବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୨/୨୦୨୪----୮,୫୫ Sakhigopal News,16/12/2024