Breaking News

ଶ୍ରୀରାମ ବଜାରରୁ ଦୁଇଟି ଦେକାନରୁ ଚୋରି


 ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁରପଞ୍ଚାୟତର ଶ୍ରୀରାମ ବଜାରରୁ  ଦୁଇଟି ଦେକାନରୁ ଚୋରୀ ହୋଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ମ;ନଜେ କୁମାର ପଣ୍ଡାଙ୍କ ଗ୍ରୋସରୀ ଦେକାନ ଓ ସୁରେନ୍ଦ୍ର ସାହୁଙ୍କ ଜଳଖିଆ ଦେକାନରୁ ଚୋରୀ ହୋଇଥିବା ଜଣାପଡିଛି । ଦେକାନ କବାଟ ତାଡି ଦୁବୁର୍ତ୍ତ ମାନେ ଏହି ଚୋରୀ କରିଥିବା ଜଣାପଡିଛି । ଗ୍ରୋସେରୀ ଦେକାନରୁ ଅମୁଲ, ସାବୁନ, ତେଲ, ବେସନ, ଅଟା ଅନ୍ୟ ସାମଗ୍ରୀ ନେଇଥବା ବେଳେ ପଇସା ବାକ୍ସ ନେଇଯାଇଛନ୍ତି । ସେହିପରି ଜଳଖିଆ ଦେକାନରୁ ମିଠା ଓ ବିଭିନ୍ନ ସାମଗ୍ରୀ ନେଇଯାଇଥିବା ଜଣାପଡିଛି । ଏହି ଚୋରୀ ନିଶାଖିଆ ମାନଙ୍କର ବୋଲି ଲୋକମାନେ କହନ୍ତି । ଏହା ଆଗରୁ ମା ଜାଗୁଳାଇ ମେଡିସିନ ଦେକାନରୁ ଚୋରୀ ହୋଇଥିଲା ତାଙ୍କର ସିସି କ୍ୟମେରା ଯୋଗୁ ଚୋର ଧରାପଡିଥିଲା । ମାତ୍ର ଉକ୍ତ ବଜାରରେ ଖୋଲା ଖୋଲି ଭାବେ ନିଶା କାରବାର ପୋଲିସ ଜ୍ଞାତ ସାରରେ ଚାଳୁଥିବାରୁ ଏହି ଚୋରୀ ହେଉଥିବା ସ୍ଥାନୀୟ ବ୍ୟବସାୟୀ ମାନେ କହନ୍ତି । ବଳଙ୍ଗା ପୋଲିସ ତଦନ୍ତ ଜାରି ରଖିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୪---୮,୧୦   Sakhigopal News, 27/12/2024

Blog Archive

Popular Posts