Breaking News

ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କ ପ୍ରଥମ ବନ୍ଧୁମିଳନ ସମାରୋହ ପାଳନ



ଭଞ୍ଜନଗର--
ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସମ୍ପାଦକ ଶ୍ରୀ ପ୍ରବୀଣ କୁମାର ପାତ୍ର ପରିଚାଳନା କରିଥିଲେ। ଚଳିତ ବୈଠକରେ ପ୍ରାକ୍ତନ ଛାତ୍ରଛାତ୍ରୀ କାର୍ଯ୍ୟକାରିଣୀ ବୈଠକର ପରିଚାଳନା ପାଇଁ କମିଟି ଗଠନ କରାଯାଇଥିଲା।  ଛାତ୍ରଛାତ୍ରୀ ବିଦ୍ୟାଳୟର ସମ୍ପର୍କରେ ସେମାନଙ୍କ ଅନୁଭୂତି ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ଉନ୍ନତି ପାଇଁ ସେମାନଙ୍କ ମତାମତକୁ ଗ୍ରହଣ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ୟନୁଶ୍ରୀ ଦାସ  ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୪------୯,୩୫ Sakhigopal News,31/12/2024

Blog Archive

Popular Posts