କେନ୍ଦ୍ରିୟ ବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସ ପାଳିତ
ଭଞ୍ଜନଗର - ଦେଶରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରିୟ ବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ, ଭଂଜନଗର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କାମାନୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଅତିଥି ଭାବେ ଯୋଗଦେଇଥିଲେ । ପିଲାଙ୍କ କ୍ଷେତ୍ରରେ ଗୁଣାତ୍ମକ ଏବଂ ବୈ।ଦ୍ଧିକ ଶିକ୍ଷାର ଅଭିବୃଦ୍ଧି କ୍ଷେତ୍ରରେ କେନ୍ଦ୍ରିୟ ବିଦ୍ୟାଳୟର ୬୨ ବର୍ଷର ପ୍ରୟାସ, ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିପାରିଛି । ସେସବୁକୁ ମନେ ପକାଇବାପାଇଁ ଏହି ଉତ୍ସବର ମୂଳଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ କାମାନୁ ନିଜ ବକ୍ତବ୍ୟରେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୪----୯,୫୫ Sakhigopal News,16/12/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୪----୯,୫୫ Sakhigopal News,16/12/2024