Breaking News

ଜୟ ଜଗନ୍ନାଥ ସଂଗଠନ ପକ୍ଷରୁ ଶୀତ ବସ୍ତ୍ର ପ୍ରଦାନ



ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଜୟ ଜଗନ୍ନାଥ ସଂଗଠନ ପକ୍ଷରୁ  ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀର ବକୁଳବନ ମହୋତ୍ସବର ପ୍ରତିଷ୍ଠାତା ତଥା କବି ଶଚୀକାନ୍ତ ବିଶ୍ୱାଳ ଓ ସାମଜ ସେବୀ ବସନ୍ତ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଦନ ମୋହନ ପରିଡା, ପବିତ୍ର କୁମାର ପରିଡା, କୃଷ୍ଣଚନ୍ଦ୍ର ଦାସ, ବକୁଳବନ ମହୋତ୍ସବ କମିଟିର ସମ୍ପାଦକ ଯଯାତି କେଶରୀ ରାୟ ପ୍ରମୁଖ ଯୋଗ ଦେଇ ଥିଲେ । ୧୦୦ଶହରୁ ଅଧିକ ବରିଷ୍ଠ ଓ ଗରିବ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୪---୮,୧୦   Sakhigopal News, 27/12/2024

Blog Archive

Popular Posts