ସପ୍ତମ ବାର୍ଷିକ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସମ୍ମିଳନୀ
ସାକ୍ଷୀଗୋପାଳ,---- ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ସପ୍ତମ ବାର୍ଷିକ ସମ୍ମିଳନୀ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ସ୍ଥିତ ମା ଜାଗେଶ୍ୱରୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଆୟାଜନ କରିଥିଲେ ଉପଶାଖା ସତ୍ୟବାଦୀ ପାଲା ଗାୟକ ମଣ୍ଡ । ମଣ୍ଡଳର ସ୍ଥାୟୀ ସଭାପତି ତଥା ଗବେଷକ, ଗାୟକ ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ ଗୁରୁପୂଜନ କରାଯାଇଥିଲା । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଷଲ । ଅନ୍ୟ ମାନଙ୍କ ମଧ୍ୟରେ ଗାୟକ ନିରଞ୍ଜନ ବାହିନୀପତି, ରମାକାନ୍ତ ମିଶ୍ର ଶର୍ମା, ସ୍ଥାନୀୟ ସରପଞ୍ଚ ସରସ୍ୱତୀ ବିଶ୍ୱାଳ, ସମିତିସଭ୍ୟା ପୁଷ୍ପଲତା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ବିଶ୍ୱନାଥ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ପରେ ପରେ ପରିଷଦର ସଦସ୍ୟ ମାନଙ୍କର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଦଯାପନ ସଂଧ୍ୟାରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ପାଲା ହେଉଛି ଆମର ସଂସ୍କୃତି ଓ ଆମ ସାହିତ୍ୟ, ଓଡିଆ ଭାଷାର ପ୍ରସାର ପ୍ରଚାର କରିବାର ଏକ ମାଧ୍ୟମ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ନାୟୁଶଲ୍ୟ ବିଶେଷଜ୍ଞ ରବିନାରାୟଣ ପଣ୍ଡା, ଅବସରପ୍ରାପ୍ତ ଓଡିଆ ଭାଷା ସାହିତ୍ୟବିଭାଗର ପ୍ରାଧ୍ୟାପକନୀରୋଦ କୁମାରଦାସ,ା ଗବେଷକ ଗୁରୁ ସଚ୍ଚିଦାନନ୍ଦ ମହାପାତ୍ର, ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସଭାପତି ଲକ୍ଷ୍ମୀଧର ଦାସ, ଅର୍କ ମଣ୍ଡଳର ସମ୍ପାଦକ ମଙ୍ଗରାଜ ବିଶ୍ୱାଳ, ଗାୟକ ନିରଞ୍ଜନ ବାହିନୀପତି, କବି ପାଣ୍ଡବ ମହାରଣା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱରା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଜ୍ୟୋତିର୍ବିଦ ଦେବୀପ୍ରସାଦ ମହାପାତ୍ର ଓ ପିୟପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଗାୟକ ଅକ୍ଷୟ କୁମାର ମହାପାତ୍ର, ଲିଙ୍ଗରାଜ ପ୍ରଧାନ, ଦିଗଦର୍ଶିକା ସୁଭଦ୍ରା ନାୟକ ସହଯୋଗିତାରେ ପାଲା ପରିବେଷଣ କରାଯାଇଥିଲା । ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୪---୭,୨୫ Sakhigopal News, 1/12/224