ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ, ମୁଖ୍ୟ ଆକର୍ଷଣ "ବୁଢ଼ା ଗଣେଶ
ଜଟଣୀ :-ସହର ରେ ଆରମ୍ଭ ହୋଇଛି ଓଡିଶା ପ୍ରସିଦ୍ଧ ଗଣେଶ ପୂଜା l ଦର୍ଶନ ପାଇଁ ଭକ୍ତଙ୍କ ମନମୋହୁଛି "ବୁଢ଼ା ଗଣେଶ । ସୂଚନା ମୁତାବକ ଦେଶ ସ୍ୱାଧୀନତା ପୂର୍ବରୁ ମହୁଲ ଗ୍ରାମର କିଛି ଗୁଡ଼ିଆ ପରିବାର ଆସି ବ୍ୟବସାୟ କରିବା ସହ ସ୍ଥାୟୀ ଭାବରେ ବସବାସ କରିଥଲେ l ବ୍ୟବସାୟ ବୃଦ୍ଧି ପାଇଁ ସର୍ବପ୍ରଥମେ ଗଜାନନଙ୍କ ପୂଜା ଆରମ୍ଭ କରିଥିଲେ l ଧୀରେ ଧୀରେ ସହରରେ ବ୍ୟବସାୟ ବୃଦ୍ଧି ଘଟି ଦୋକାନ ବଜାର ଗଢିଉଠି ଛକ ବଜାର ଗଢି ଉଠିଲା l ପରବର୍ତ୍ତୀ ସମୟରେ ଏହି ଛକର ନାମ "ମହୁଲ ଗୁଡ଼ିଆ " ଛକ ନାମରେ ନାମିତ ହୋଇଥିଲା l ଉକ୍ତ ଛକ ନିକଟରେ ଥିବା ସ୍ବର୍ଗତ ବୈକୁଣ୍ଠ ନାଥ ଦାଶଙ୍କ ଏକ ଗ୍ୟାରେଜରେ ପ୍ରଥମେ ଅସ୍ଥାୟୀ ଭାବେ ଗଣେଶ ପୂଜା ଆରମ୍ଭ ହୋଇଥିଲା l ପରବର୍ତ୍ତୀ ସମୟରେ କେତେ ଜଣ ଟ୍ରକ ମାଲିକ ଉଦ୍ୟମରେ ସ୍ଥାୟୀ ପେଣ୍ଡାଲ ନିର୍ମିତ ହୋଇ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା l ସହରର ଗଣେଶ ପୂଜା ଆଦ୍ୟ ପୂଜା ହୋଇଥିବାରୁ ଏହି ମଣ୍ଡପରେ ପୂଜା ପାଉଥିବା ପ୍ରଭୁ ଗଣେଶଙ୍କୁ ବୁଢ଼ା ଗଣେଶ ରୂପେ ପରିଚିତ ହୋଇଥଲେ l ଏହି ମଣ୍ଡପରେ ଗଣେଶ ପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଏବଂ ସରସ୍ବତୀ ପୂଜା ପାଇଥାନ୍ତି l ଏହି ପୂଜା ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ପୁର୍ଣିମା ଦିନ ବିସର୍ଜନ କରାଯାଏ l ପ୍ରତ୍ୟକ ଦିନ ବୁଢ଼ା ଗଣେଶଙ୍କ ପୂଜାର୍ଚନା ରୀତିନୀତିରେ ପାଳନ କରାଯାଏ l ବୁଢ଼ା ଗଣେଶଙ୍କ ପାଖରେ ସକାଳ ଆଳତୀ ଓ ସନ୍ଧ୍ୟାରେ ଆଳତୀ ପରେ ଶୁଖୁଲି ଭୋଗ ସହିତ ମଧ୍ୟାହ୍ନରେ ଅନ୍ନ ଭୋଗ ହୋଇଥାଏ l ଏହି ପୂଜାର ଅନ୍ୟତମ ବିଶେଷତ୍ୱ ହେଲା ଚତୁର୍ଥୀ ଠାରୁ ପୂର୍ଣ୍ଣମୀ ମଧ୍ୟରେ ଏକ ବଡ଼ ଏକାଦଶୀ ପଡିଥାଏ l ବଡ଼ ଏକାଦଶୀରେ ସନ୍ଧ୍ୟା ଆଳତୀ ପରେ ଶିରିଣି ଭୋଗ ଲାଗିହୁଏ ବୋଲି କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ପ୍ରକାଶ କରିଛନ୍ତି l ଚଳିତ ବର୍ଷ ପୂଜାକୁ ଆକର୍ଷଣ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ ସହିତ ଭଜନ ଓ ସଂକୀର୍ତ୍ତନ ଆୟୋଜନ କରାଯାଇଛି ବୋଲି କମିଟି ସମ୍ପାଦକ ଗିରିଜା ଭୂଷଣ ଜେନା ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୯/୨୦୨୪---୬,୪୫ Sakhigopal News,9/9/2024