Breaking News

୭୪ ବର୍ଷ ଧରି କୋଣାର୍କ ପାଲାମଣ୍ଡପରେ ବାଦିପାଲା ଅନୁଷ୍ଠିତ



କୋଣାର୍କ - କୋଣାର୍କର ବ୍ୟବସାୟୀମାନଙ୍କୁ  ନେଇ ୧୯୫୦ ମସିହାରେ ଗଠିତ ହୋଇଥିଲା  କୋଣାର୍କ ଟାଉନ ଗଣେଶ କମିଟି । ଏହି କମିଟି ଆନୁକୂଲ୍ୟରେ ଥାନାଛକ ସ୍ଥିତ ନିଜସ୍ୱା ସ୍ଥାୟୀ ପୂଜା ମଣ୍ଡପରେ ଅଗ୍ର ପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଶ୍ରୀ ଗଣନାଥଙ୍କ  ପୂଜା ଅର୍ଚ୍ଚନା ହୋଇଆସୁଛି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜାମଣ୍ଡପ ସମ୍ମୁଖରେ ଥିବା ସ୍ଥାୟୀ ପାଲ୍ଲା ମଣ୍ଡପରେ ଗଣେଶ ଚତୁର୍ଥି ଦିନଠାରୁ ଆରମ୍ଭ ହୋଇଛି ସପ୍ତଦିବସୀୟ ବାଦି ପାଲ୍ଳା । କୋଣାର୍କର ଏହି ଟାଉନ ଗଣେଶ କମିଟି ଆନୁକୂଲ୍ୟରେ ଦୀର୍ଘ ୭୪ ବର୍ଷ ଧରି ନିରବଛନ୍ନ ଭାବରେ ଗଣେଶ ପୂଜା ଓ ଦୁଇ ଦଳର ପାଲା କଳାକାରଙ୍କ ମଧ୍ୟରେ ସପ୍ତ ଦିବସୀୟ ବାଦିପାଲା  କମିଟିର ସଦସ୍ୟ ମାନେ ପାଳନ କରିଆସୁଛନ୍ତି । ଆଧୁନିକ ଯୁଗରେ ପାଲା ପ୍ରତି ଲୋକଙ୍କର ରୁଚି କମିଥିଲେ ମଧ୍ୟ କୋଣାର୍କ ଗଣେଶ କମିଟି ଅଦ୍ୟାବଧି ଏହି ପ୍ରାଚୀନ ପାଲାସଂସ୍କୃତିକୁ ବାଜାୟୀ ରଖିଛି ।  କୋଣାର୍କର ସର୍ବପୁରାତନ ବଜାର ଥାନାଛକଠାରେ ଏକ ସୁଶୋଭିତ ରଙ୍ଗ ମଂଚରେ ଆୟୋଜିତ ହେଉଛି ବାଦି ପାଲା । ଓଡ଼ିଶାର ଲୋକ କଳା ଓ ସଂସ୍କୃତିକୁ ବଂଚାଇ ରଖି କୋଣାର୍କର ଏହି ସର୍ବ ପୂରାତନ ଅନୁଷ୍ଠାନର ପାଲା ମଣ୍ଡପରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ପାଲା ଦଳଙ୍କ ପାଲା ପରିବେଷଣ ଦେଖିବାକୁ ମିଳିଥାଏ ।  କମିଟି ପକ୍ଷରୁ  ଆକର୍ଶଣୀୟ ମେଢ଼ ସାଙ୍ଗକୁ ପାଲା ମଣ୍ଡପଟିକୁ ବର୍ଷାଦାଉରୁ ରକ୍ଷାକରିବା ପାଇଁ ସୁବନ୍ଦୋବସ୍ତ କରାଯାଇ ସୁସଜିତ ଆଲୋକରେ ଆଲୋକିତ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି ବାଦି ପାଲା । ଓଡ଼ିଶାର କଳା, ସଂସ୍କୃତି  ମଧ୍ୟରୁ  ବାଦିପାଲା ଅନ୍ୟତମ । କୋଣାର୍କ ଏନଏସି ସମେତ ଗୋପ, କାକଟପୁର, ଅସ୍ତରଙ୍ଗ ଓ ନିମାପଡ଼ା ଅଂଚଳରୁ ହଜାର ହଜାର ପାଲାପ୍ରେମୀ ଦର୍ଶକମାନେ ଏଠାକୁ ଆସିଥାନ୍ତି । ଚଳିତ ଗଣେଶ ପୂଜା ଅବସରରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସଭାମୂଳ ଗ୍ରାମର ଗାୟକ ଜ୍ଞାନ ସିନ୍ଧୁ ସୁବାସଚନ୍ଦ୍ର ସେନାପତି, ସାଥି କଳାକାର ବାୟକ ଅଶୋକ ପାତ୍ର, ଶ୍ରୀପାଳି ସୁକଦେବ ଦାସ, ପଳିଆ ଧୃବଚରଣ ବରାଳ, ପଳିଆ ଅରୁଣ କୁମାର ଦାଶ, ପଳିଆ ଶେଷଦେବ ବାରିକପ୍ରଭାତ ସ୍ୱାଇଁ ଏବଂ କଟକ ଜିଲ୍ଲା ଅନ୍ତର୍ଗତ ଏକଡାଳ ନରସିଂହପୁରର  ଗାୟକ ଞ୍ଜାନ ଜ୍ୟୋତି ଶରତ କୁମାର ଦଲେଇଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗଁପୁର ଗ୍ରାମର ଗାୟକ କୋକିଳ ଗଗନବିହାରୀ ମହାପାତ୍ର ଓ ସାଥି କଳାକାର ବାୟକ ସୌରଭ ରମେଶ ଚନ୍ଦ୍ର ସାହୁ , ଶ୍ରୀପାଳି ସୁରେନ୍ଦ୍ର ଜେନା, ପାଳିଆ ସନ୍ତୋଷ କୁମାର ସ୍ୱାଇଁ, ପାଳିଆ ପ୍ରସନ୍ନ ବେହେରା ଓ ପାଳିଆ ଦୁର୍ଜ୍ୟୋଧନ ପାରମାଣିକ  ପ୍ରମୁଖ  ରାମାୟଣ, ମହାଭାରତ, ଭାଗବତ, ଶିବ ପୁରାଣ, ବାୟୁ ପୁରାଣ, ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ସ୍କନ୍ଧ ପୁରାଣ, ଚମ୍ପୁ, ଛାନ୍ଧ ସମେତ ବିଭିନ୍ନ ଗ୍ରନ୍ଥମାନଙ୍କରୁ ସାହିତ୍ୟ ଅଳଙ୍କାର ଓ ବର୍ତ୍ତମାନ ସାମଜିକ ସ୍ଥିତିକୁ ନେଇ  ବାଦିପାଲା ପରିବେଷଣ ଯାରିରହିଛିି । ଉତ୍କଳୀୟ କଳା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ଭାବାବେଗର ପ୍ରଚାର ପ୍ରସାର ଦିଗରେ କୋଣାର୍କ ଗଣେଶ କମିଟି ଆନୁକଳଲ୍ୟରେ ଆୟୋଜିତ  ବାଦିପାଲା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରି ଆସୁଚି । ଉଦ୍‌ଯାପନୀ ଦିବସରେ ପାଲା ପରିବେଶଣ କରୁଥିବା କଳାକାର ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । କୋଣାର୍କ ଗଣେଶ କମିଟିର ସଭାପତି ନରେନ୍ଦ୍ର ପାତ୍ର, ଉପଦେଷ୍ଟା ରାଜୁ ମହାପାତ୍ର, ନକୁଳ ବେହେରା, କମିଟିର ସଦସ୍ୟ ବିନାୟକ ଶତପଥୀ, ଅଜିତ କୁମାର ମଲ୍ଲିକ, ପର୍ଶୁରାମ ବାରିକ, ନେତ୍ରାନନ୍ଦ ବେହେରା ଲକ୍ଷ୍ମୀଧର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

କୋଣାର୍କରୁ ଅଜିତ କୁମାର ମଲିକଙ୍କ ରିର୍ପୋଟ, ୯/୯/୨୦୨୪---୭,୨୫   Sakhigopal News, 9/9/2024

Blog Archive

Popular Posts