Breaking News

ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ ସ୍ମୃତି ଚାରଣ ସଭା .


ଭଞ୍ଜନଗର :-ସ୍ଥାନୀୟ ରୋଟାରୀ କ୍ଳବ କାର୍ଯ୍ୟାଳୟ ଠାରେ କ୍ଳବର ପୂର୍ବତନ ସଭାପତି ସ୍ବର୍ଗତ ପ୍ରଶାନ୍ତ କୁମାର ନାୟକଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ଚାରଣ ସଭା  ସଭାପତି ରୋଟାରୀଆନ ରଂଜିତ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସହସଂପାଦକ ରୋଟାରୀଆନ ରାମ ଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ରୋଟାରୀଆନ ଶ୍ରୀରାମ ପ୍ରସାଦ ପାଳ, ସନ୍ତୋଷ ଜେନା, ଶ୍ରୀନିବାସ ସୁବୁଦ୍ଧି, ଦିଲ୍ଲୀପ କୁମାର ରାଜୁ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ କୁମାର ମଳିକ, ସୁଧୀର କୁମାର ପାଣିଗ୍ରାହୀ, ମହେନ୍ଦ୍ରରlମ ମହାରଣା, ଗୁପ୍ତେଶ୍ୱର ସୁବୁଦ୍ଧି, ପବିତ୍ର କୁମାର ପ୍ରଧାନ ଓ ଜଗବନ୍ଧୁ ଜେନା ପ୍ରମୁଖ ସ୍ୱର୍ଗତ ପ୍ରଶାନ୍ତ କୁମାର ନାୟକଙ୍କ ରୋଟାରୀ କ୍ଳବ ସହ ରହିଥିବା ସମ୍ପର୍କ, ସମାଜସେବା, ସଂଗଠନ ଦାୟିତ୍ୱ, ରାଜନୈତିକ ଜୀବନ ସର୍ବୋପରି ଲୋକ ସମ୍ପର୍କ ରେ ରହିଥିବା ସ୍ୱର୍ଗତ ନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା l ତାଙ୍କର ଏକାଦଶ ଶ୍ରଦ୍ଧାଞ୍ଜଳି ସଭାରେ କ୍ଳବ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ ଉପରେ ସଭାପତି ଶ୍ରୀ ବାରିକ ଏକ ପ୍ରସ୍ତାବ ଦେଇଥିଲେ l କ୍ଳବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୪---୬,୫୦ Sakhigopal News,9/9/2024

Blog Archive

Popular Posts