Breaking News

ଦାବୀ ପାଇଁ ଏକାଠି ହେଲେଇପିଏଫ୍ ପେନସନଧାରୀଙ୍କ ସାଧାରଣ ବୈଠକ



ଭଞ୍ଜନଗର –  ଗଂଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ବେଲେଶ୍ୱର ପୀଠ ଠାରେ, ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ୍ ପକ୍ଷରୁ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ସଂଘର ରାଜ୍ୟ ସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ସଦସ୍ୟ ଏବଂ ପେନସନ୍ ଉପଭୋକ୍ତା ପ୍ରମୁଖ ଯୋଗ ଦେଇଥିଲେ । ବର୍ତ୍ତମାନ ସମୟରେ ଅଧିକାଂଶ ଯୋଗ୍ୟ ଇପିଏଫ୍ ପେନସନ୍ ଧାରୀ ମାନେ ସର୍ବନିମ୍ନ ଏକ ହଜାର ଟଙ୍କା ପାଉନଥିବା ବେଳେ, ଆଉ କିଛି ଏଥିରୁ ବଞ୍ଚିତ ରହିଛନ୍ତି । ଏହାସହ ବିଗତ ଦିନରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ଏଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବାପାଇଁ, ଆୟୋଜିତ ବୈଠକରେ ସଂଘ ପକ୍ଷରୁ ଦାବି କରାଯାଇଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୭/୯/୨୦୨୫----୯,୧୦ Sakhigopal News,7/9/2025

Blog Archive

Popular Posts