ଜଟଣୀ ଗଣେଶ ପୂଜାରେ ଯୋଗ ଦେଲେ ରାଜ୍ୟ ଆଇନ, ଅବକାରୀ ଏବଂ ପୁତ୍ତ ବିଭାଗ ମନ୍ତ୍ରୀ
ଜଟଣୀ:-ଓଡିଶା ପ୍ରସିଦ୍ଧ ଗଣେଶ ପୂଜାରେ ସହର ଚଳଚଞ୍ଚଳ l "ବିନାୟକ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶେଷ ସନ୍ଧ୍ୟା ଥିବାରୁ ମେଢ଼ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା l ପ୍ରବଳ ଜନଗହଳି ମଧ୍ୟରେ "ବିଚିତ୍ର ବର୍ଣ୍ଣା ଳୀ' ନାଟ୍ୟ ସଂସଦ ଦିଗପହଣ୍ଡି ର "କଣ୍ଢେଇ ନାଚ"ରେ ଝୁମିଲେ ଦର୍ଶକ l ନାଟ୍ୟ ସାଂସଦ ଦ୍ୱାରା ସମାଜରେ ଘଟୁଥିବା ପାରିପାର୍ଶ୍ଵିକ ପରିସ୍ଥିତିର ଘଟଣା ବଳି ଉପରେ ପରିବେଷିତ "ମୋବଇଲ ଭୁତ "ଶିକାରୀ ଶବର " ଉପରେ ଆଧାରିତ "ଜୀବନ୍ତ କଣ୍ଢେଇ ନାଚ" ପରିବେଷଣ ରେ ଦର୍ଶକ ବିଭୋର ହୋଇଥିଲେ l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଆଇନ, ଅବକାରୀ ଏବଂ ପୁତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଭାରତୀୟ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମ୍ମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୯/୨୦୨୫---୮,୧୦ Sakhigopal News,7/9/2025