Breaking News

ଜାତୀୟ ବନ୍ଧୁ ଯୁବ ପରିଷଦ ର ସୁବର୍ଣ୍ଣ ଜୟନ୍ତୀ ପାଳନ


  ଡେଲାଙ୍ଗ  --- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ  "ଜାତୀୟବନ୍ଧୁ ଯୁବ ପରିଷଦ " ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ  ଉତ୍ସବ  ପରିଷଦ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି !ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନୁଷ୍ଠାନ ର ସଭାପତି  ତଥା ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ଅଧ୍ୟକ୍ଷତା  କରିଥିଲେ  ।ସମାଜସେବୀ ତଥା ପରିଷଦର ପୂର୍ବତନ ସମ୍ପାଦକ ଗୋପବନ୍ଧୁ ଶାସମଲ ମଞ୍ଚ ପରିଚାଳନା କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର  ଉପଦେଷ୍ଟା ଅବଦୁଲ ୱାଇଦ ଖାଁ, ବାଉରୀବନ୍ଧୁ ସାହୁ, ଅକ୍ଷୟ କୁମାର ଗିଲ,ସମ୍ପାଦକ ସୁଦର୍ଶନ ସେଠୀ, ବେଣୁଧର ସାହୁ, ପ୍ରଫୁଲ୍ଲ ବେହେରା, ବୁଲା ସାହୁ, ମଙ୍ଗୁଳି ଗିଲ,ସମେତ ସମସ୍ତ ପ୍ରତିଷ୍ଠିତ ସଦସ୍ୟ ମାନେ ଯୋଗଦେଇ  ୫/୯/୧୯୭୫ରେ ସ୍ଥାପିତ ଉକ୍ତ ଅନୁଷ୍ଠାନ ର ଐତ୍ୟହ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ! କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରଲୋକ ଘଟିଥିବା ୫ଜଣ ସଦସ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା !ଏହି ଅବସରରେ ନୂତନ ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରବା ସହିତ ଅନୁଷ୍ଠାନ ପକ୍ଷରୁ ରାଧାମୋହନ ମଠ ଏବଂ ଚୈତନ୍ୟ ପ୍ରଭୁ ମଠ ପରିସରରେ ଅଁଳା, କୃଷ୍ଣଚୁଡା, ବଉଳ, ପଣସ, ପେସ୍ତା ଆଦି ବୃକ୍ଷ ରୋପଣ କରାଯାଇଥିଲା ! ଶେଷରେ  ଉପଦେଷ୍ଟା ଅବଦୁଲ ୱାଇଦ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ! ମିଷ୍ଠାନ ବଣ୍ଟନ ସହ ପରିଷଦ ର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଏଥିରେ ସହଯୋଗ କରିଥିଲେ ! ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୯/୨୦୨୫--+୭,୩୫ Sakhigopal News,7/9/2025

Blog Archive

Popular Posts