Breaking News

ସାଇ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ




ସାକ୍ଷୀଗୋପାଳ  ---- ପୁରୀ -- ଭୁବନେଶ୍ୱର  ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକସ୍ଥିତ  ସାଇ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି  । ଏହି ଅବସରରେ  ସକାଳୁ ସାଇବାବା ଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ପରେ ନୂତନ ବସ୍ତ୍ର, ଅଳଙ୍କାର,ପୂଜା ଅର୍ଚ୍ଚନା କରାଯିବା ସହ ବିଭିନ୍ନ ଫଳମୂଳ ଓ ମିଠା ଭୋଗ କରାଯାଇଥିଲା । ସାଇବାବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ହୋମ ଯଜ୍ଞ କରାଯାଇ ଥିଲା  । ପଣ୍ଡିତ ସୁରେଶ ଚନ୍ଦ୍ର ମିଶ୍ର ହୋମଯଜ୍ଞ  କରିଥିବା ବେଳେ ସାଇବାବା ଙ୍କ ପୂଜକ ନିରଞ୍ଜନ ମିଶ୍ର ଠାକୁରଙ୍କୁ  ପୂଜା କରିଥିଲେ  । ଏହି ଉତ୍ସବରେ ସ୍ଥାନୀୟ ସାଇ ଭକ୍ତମାନେ ଯୋଗ ଦେଇଥିଲେ  । ସମୁହ ପ୍ରସାଦ ସେବନ କରାଯାଇ ଥିଲା  । ଟ୍ରଷ୍ଟ ବୋର୍ଡ ଅଧ୍ଯକ୍ଷ ପି ଟୁନା ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୭/୨୦୨୩----୭,୩୫ Sakhigopal News,3/7/2023

Blog Archive

Popular Posts