Breaking News

ସାକ୍ଷୀଗୋପିନାଥ ଦେବଙ୍କ କିଚକ ବଧ ନୀତି ଶେଷ

 


ସାକ୍ଷୀଗୋପାଳ-----ସାକ୍ଷୀଗୋପିନାଥ ଦେବଙ୍କର ଚନ୍ଦନଯାତ୍ର ଓ କିଚକ ବଧ ନୀତି ଶେଷ ହୋଇଯାଇଛି । ସାକ୍ଷୀଗୋପିନାଥଙ୍କର ଚଳନ୍ତି ପ୍ରତିମା ଶ୍ରୀମଦନ ମୋହନ ଓ ମା ରାଧାଦେବୀ ଗୋଧନବାହୁଡା ଭୋଗ ପରେ ଠାକୁର  ମନ୍ଦିରରୁ   ନାମସଂକୀର୍ତ୍ତନ ସହ ଘଣ୍ଟ, ଘଣ୍ଟା, କାହାଳୀ, ତେଲିଙ୍ଗିବାଜା ସହ ଛତି, ତ୍ରାସ ବୈରଖ, ଆଲଟ, ଚାମର ସହିତ  ସୁସଜିତ ବିମାନରେ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ । ଚନ୍ଦନବେଡା ରେ  ପଣାଲାଗି ହେବା ପରେ ଚନ୍ଦନକୁଣ୍ଡରେ ବୁଡିକି ରହିଥିଲେ । ବଡସିଂହାର ଭୋଗ ହେବା ପରେ ସେବାୟତ ମାନେ ଠାକୁରଙ୍କୁ ଚନ୍ଦନକୁଣ୍ଡରୁ କାଡିବା ସହ ଜାତଭୋଗ କରିବା ପରେ ବିଳମ୍ବିତ ରାତିରେ  ଚନ୍ଦନପୋଖରୀରେ ଗୋଟିଏ ଘେରା ଚାପ ଖେଳିବା ପରେ ପୁର୍ବମୁଖା ହୋଇ ଠାକୁର ଡଙ୍ଗା ଉପରେ ରହିବେ । ପରେ ସେହି ଚାପ ଉପରେ କୀଚକ ବଧ ନୀତି ସେବାୟତ ମାନଙ୍କ ଦ୍ୱାରା କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୫/୨୦୨୩---୫,୧୦   Sakhigopal News, 13/5/2023

Blog Archive

Popular Posts